ଘରକୁ ଫେରିବା ବାଟରେ ଫାଇରିଙ୍ଗ କରି ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ

ସୋର: ଫାଇରିଙ୍ଗ କରି ୩ ଲକ୍ଷ ୫0 ହଜାର ଟଙ୍କା ଲୁଟିନେଲେ ଲୁଟେରା । ୧୨ ଘଣ୍ଟା ବିତିଲା ହେଲେ ଲୁଟେରାଙ୍କ ଟେର୍‌ ପାଉନି ପୋଲିସ । ଗତ ରାତିର ଘଟଣା । ସୋର ଅନନ୍ତପୁର ରାସ୍ତା ପାଣି ସିମୁଳିଆ ଛକ ଠାରେ ଘଟିଯାଇଛି ଏଭଳି କାଣ୍ଡ l ଵିଷ୍ଣୁ ମୋହନ ପେଟ୍ରୋଲ ପମ୍ପ ମାଲିକ ସୋର ଥାନା ବେଲପୁର ଗାଁର ଶରତ ସାହୁ ଗତରାତି ୧୨ଟା ପରେ ପେଟ୍ରୋଲ ପମ୍ପ ବନ୍ଦ କରି ଘରକୁ ଫେରିଲା ବେଳେ cbz ଓ ପଲସର ଯୋଗେ ୫ ଅପରାଧୀ ଶରତଙ୍କ ବାଇକ ସହିତ ଧକ୍କା ଲଗାଇ ତଳେ ପକାଇ ଦେଇଥିଲେ ।

ପରେ ଶରତଙ୍କ ମୁଣ୍ଡ ଓ ତାଙ୍କ କର୍ମଚାରୀ ସନ୍ତୋଷ କୁମାର ଖଟୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଲକ୍ଷ ୫୦ ହଜାର ଥିବା ବ୍ୟାଗ୍‌ କୁ ନେଇ ଲୁଟେରାମାନେ ଫେରାର ହୋଇଯାଇଥିଲେ । ଲୁଟ ବେଳେ ଲୁଟେରାମାନେ ବନ୍ଧୁକରୁ ଗୋଟେ ରାଉଣ୍ଡ ଉପରକୁ ଫାଇରିଙ୍ଗ କରି ଭୟ ଦେଖାଇଥିଲେ । ୩ ଲକ୍ଷ ପଚାଶ ହଜାର ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଥିଲେ । ଏନେଇ ଶରତ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଥିଲା ବେଳେ ଲୁଟେରା ଫେରାର ରହିଛନ୍ତି । ଏହି ଘଟଣାରେ ଶରତଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ବର୍ତ୍ତମାନ ଲୁଟେରାଙ୍କୁ କେବେ ପୋଲିସ ଧରିବାରେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା ।