ଆଖିବୁଜା ଫାୟାରିଂରେ ବାପ-ପୁଅ ଗୁରୁତର, ଦୁର୍ବୃତ୍ତ ଫେରାର

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା ସିନାପାଲି ରାବଣ ଛକ ନିକଟରେ ଗୁଳିକାଣ୍ଡ। ବାପ ଓ ପୁଅକୁ ଗୁଳିକରି ହତ୍ୟା ଉଦ୍ୟମ । ଗୁଳି କାଣ୍ଡରେ ସିନାପାଲିର ସରୋଜ ମେହେର ଓ ତାଙ୍କ ପୁଅ ନବରଞ୍ଜନ ମେହେର ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇଜଣଙ୍କୁ ଖଡିଆଳ ମିଶନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଗୁଳିକାଣ୍ଡ ଘଟିଛି ତାହା ଅସ୍ପଷ୍ଟ ରହିଛି । ଗୁଳିକାଣ୍ଡ ଘଟେଇଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖଡିଆଳ ଏସଡିପିଓ ସନ୍ତକ ଜେନା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.