ରାଜଧାନୀରେ ପୁଣି ମାତିଲେ ଲୁଟେରା, ଆଲମାରୀ ତାଡ଼ି ଲୁଟି ନେଲେ ଟଙ୍କା ଓ ସୁନା ଗହଣା

ଭୁବନେଶ୍ୱର : କିଛି ଦିନର ନୀରବତା ପରେ ରାଜଧାନୀରେ ପୁଣି ମାତିଲେ ଲୁଟେରା । ଘରେ ପଶି କଳା କନା ବୁଲାଇଲେ। ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ ଲିଂଗିପୁର ଗାଁର ଜଣେ ବ୍ୟବସାୟୀଙ୍କ ଘରେ ପଶି ଆଲମାରୀ ତାଡ଼ି ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଗହଣା । ଦୁଇଟି ସୁନା ହାର, ଦୁଇଟି ସୁନା ଚେନ, ସୁନା ମୁଦି, ଚୁଡ଼ି ଓ ନଗଦ ୭୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପରେ ଧଉଳି ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି । ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।