ଜଗତସିଂହପୁର କନିମୂଳ ଗ୍ରାମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ନିଆଁ ଲଗେଇଲା ଦୁର୍ବୃତ୍ତ, ମୂଲ୍ୟବାନ ଫାଇଲ୍ ପୋଡ଼ି ନଷ୍ଟ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନିମୂଳ ପଞ୍ଚାୟତ ତଥା କନିମୂଳ ଗ୍ରାମରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଗ୍ନିକାଣ୍ଡ । କେହି ଆକ୍ରୋଶ ମୂଳକ ଭାବେ ନିଆଁ ଲଗେଇଥିବା ଅନୁମାନ। ତେବେ ଅଗ୍ନିକାଣ୍ଡରେ ମୂଲ୍ୟବାନ ଫାଇଲ୍ ଗୁଡ଼ିକ ପୋଡ଼ି ଦିଆଯାଇଛି |

ସୂଚନା ମୁତାବକ, ଗତକାଲି ରାତି ଆଠଟା ପରେ କେହି ମଦ୍ୟପ ଅଫିସ୍ ଘର ତାଲା ଭାଙ୍ଗି, ଘର ଭିତରେ ଥିବା ଗଡ଼ରେଜ ଭିତରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି | ବିଦ୍ୟାଳୟ ସଭାପତି ପ୍ରଣବ କୁମାର ସାହୁ ଓ ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ସହ ସ୍ଥାନୀୟ ଜନସାଧାରଣ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଦୋଷୀକୁ ଧରିବା ପାଇଁ ଦାବି ଜୋର ଧରିଛି ।

Leave A Reply

Your email address will not be published.