ଜଗତସିଂହପୁର: ଫେଲ୍ ମାରିଲା ବ୍ୟାଙ୍କ ଡକାୟତି ଉଦ୍ୟମ, ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଜଗତସିଂହପୁର ଡିହସାହି ଛକ ନିକଟ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ଉଦ୍ୟମ କରିଥିଲେ ଦୁର୍ବୃତ୍ତ ।
ତେବେ ଡକାୟତି ଉଦ୍ୟମ କରି ବିଫଳ ହେବାରୁ ବ୍ୟାଙ୍କ କାଗଜପତ୍ର ଜାଳିଦେଲେ ଦୁର୍ବୃତ୍ତ । ଖବର ପାଇ ଜଗତସିଂହପୁର ପୋଲିସ୍ ପହଞ୍ଚି ଘଟଣାସ୍ଥଳରୁ ବ୍ୟାଗ୍ ଓ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରହିଛି ।