ଘରେ ଲାଗିଲା ନିଆଁ, ଫାଟିଲା ଗ୍ୟାସ୍ ଟାଙ୍କି

ପିପିଲି: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଡାଙ୍ଗୁରା ଗାଁରେ ଗତକାଲି ବିଳମ୍ବିତ ରାତିରେ ଗଙ୍ଗାଧର ସେନାପତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ଘରେ ଥିବା ଗ୍ୟାସ୍ ଟାଙ୍କି ହଠାତ୍ ଫାଟିଯାଇଥିଲା । ଯାହାଫଳରେ ଘରର ଆଜବେଷ୍ଟସ୍ ସମେତ ରୋଷେଇ ଘରର ସମସ୍ତ ଆସବା ପତ୍ର ପୋଡି ନଷ୍ଟ ହୋଇଯାଇଛି ।

ଗଙ୍ଗାଧର ସେନାପତିଙ୍କର କିଛି ଦିନ ପୂର୍ବରୁ କୁଟାଗଦାକୁ କେହି ନିଆଁ ଲଗାଇ ଦେଇଥିଲେ । ଏ ବାବଦରେ ବଳଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଏବେ ତାଙ୍କ ଘରେ ନିଆଁ ଲାଗିବା ପରେ ଗଙ୍ଗାଧର ସନ୍ଧେହ କରୁଛନ୍ତି କି କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି ।  ତେବେ ଏନେଇ ବଳଙ୍ଗା ଥାନାରେ ଘର ପୋଡି ନେଇ ଏକ ଅଭିଯୋଗ କରିଛନ୍ତି । ଏପଟେ ପୋଲିସ୍ ର ତଦନ୍ତ ପରେ ସତ୍ୟତା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।