ରାଉରକେଲା: ପ୍ରଥମେ ନିସ୍ତୁକ ପିଟିଲେ, ପରେ ସ୍କର୍ପିଓ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା(କେ ନ୍ୟୁଜ): ସ୍କର୍ପିଓ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ। ରାଉରକେଲା ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଡ ରୋଡରେ ହିଁ ଏହି ଘଟଣା ଘଟିଛି। ଗାଡିରେ କିଛି ଆପତ୍ତିଜନକ ସାମଗ୍ରୀ ଚାଲାଣ କରାଯାଉଥିବା ସନ୍ଦେହରେ ଦୁର୍ବୃତ୍ତମାନେ ଗାଡି ଜାଳିଦେଇଥିବା ଜଣାପଡିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୧୦ରୁ ୧୨ଜଣ ଯୁବକ ବାଇକ୍‌ରେ ଆସି ଗାଡି ଭିତରେ ଥିବା ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ନିସ୍ତୁକ ମାଡି ମାରିଥିଲେ।

ଏହାପରେ ଗାଡିରେ ନିଆଁ ଲଗାଇ ଚାଲିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଟାଙ୍ଗରପାଲି ପୋଲିସ ଘଟଣାର ତଦନ୍ତ କରିବା ସହ ଦୁର୍ବୃତ୍ତମାନଙ୍କ ସନ୍ଧାନରେ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.