ବାଇକ୍ ସାଇଡ ମାରିବାକୁ କେନ୍ଦ୍ରକରି ଗୁଳିକାଣ୍ଡ, ଗୁରୁତର ଯୁବକ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ଵର : ବାଇକ୍ ସାଇଡ ମାରିବାକୁ କେନ୍ଦ୍ରକରି ଗୁଳିକାଣ୍ଡ । ଫଳରେ ଗୁରୁତର ଯୁବକ ଜଣକ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଅଘଟଣ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଚକୁରାଇ ଗାଁରେ ଦେଖିବାକୁ ମିଳିଛି।  ଗତକାଲି ସ୍ଥାନୀୟ ଯୁବକ ସୁଧାଂଶୁ ଶେଖର ଜେନା ବାଇକ୍ ରେ ଫେରୁଥିବା ବେଳେ 3 ଜଣ ଯୁବକ ତାଙ୍କୁ ବାଇକ୍ ସାଇଡ କରିବାକୁ କହିଥିଲେ ଓ ବାଇକ୍ ଟିକୁ ଛଡ଼ାଇ ନେବାପାଇଁ ଉଦ୍ୟମ କରୁଥିବା ବେଳେ ସୁଧାଂଶୁଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତେବେ 3 ଜଣ ଯୁବକଙ୍କ ମଧ୍ୟରୁ ଜଣେ ହଠାତ ପିସ୍ତଲ କାଢ଼ି ସୁଧାଂଶୁଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ଯୁବକଙ୍କ ଡାହାଣ ଗୋଡ଼ରେ ଗୁଳିଟି ବାଜିଥିଲା । ତେବେ ଅଘଟଣ ଗତକାଲି ଘଟିଥିବା ବେଳେ  ଆଜି ସକାଳୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।