ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ, ଯୁବକଙ୍କୁ ହାଣିବା ପରେ ଗୁଳି ମାଡ଼
ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ । ଯୁବକଙ୍କ ଗୋଡ଼କୁ ହାଣିବା ପରେ ଗୁଳି ମାଡ଼ । କଳା ସ୍କୋରପିଓ ଆଣି ନଦୀ ମୁହାଣରେ ହାଣି ପକେଇଲେ ଦୁର୍ବୃତ୍ତ । ହାଣିବା ପରେ ଗୋଡ଼କୁ ଗୁଳି କରିଥିବା ନେଇ ସୂଚନା ମିଳିଛି । ଯୁବକଙ୍କୁ ଅପହରଣ କରି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।
ମଞ୍ଚେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠାରେ ଘଟିଛି ଘଟଣା । ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ବ୍ୟକ୍ତଙ୍କ ନାଁ ସନ୍ତୋଷ ପଣ୍ଡା । ସେ ଜଣେ ଜମି ବ୍ୟବସାୟୀ ବୋଲି ସୂଚନା ମିଳିଛି ।