ଥାନା ଆଗରୁ ଝାମ୍ପିନେଲେ ମହିଳାଙ୍କ ସୁନା ଚେନ୍, ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି

ମୟୁରଭଞ୍ଜ : ଥାନା ସମ୍ମୁଖରୁ ସୁନା ଚେନ୍ ଲୁଟ୍ ।  ଦିନ ଦ୍ଵିପ୍ରହରରେ ବାରିପଦା ଟାଉନ ଥାନା ସମ୍ମୁଖରୁ ହୋଇଛି ଏହି ଲୁଟ ।  ଏକ ପଲସର ବାଇକ୍ ଯୋଗେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ୩୫ ରୁ ୪୦ ଗ୍ରାମର ସୁନା ଚେନ୍ ।  ଆଜି ଶ୍ୟାମ ବାବା କଳସ ଅଭାଯାତ୍ରାରେ ମହିଳା ଜଣଙ୍କ ଯୋଗ ଦେଇ ଅନ୍ୟ ମହିଳାଙ୍କ ସହ ନିଜ ଘରକୁ ଫେରୁଥିବା ସମୟରେ ଘଟିଛି ଅଘଟଣ ।

ଦିନ ୧୧ ଟା ସମୟରେ ଘଟିଛି ଏହି ଘଟଣା। ମହିଳା ଜଣଙ୍କ ହେଉଛନ୍ତି ବାରିପଦା ଟାଉନ ଥାନା ଅନ୍ତର୍ଗତ ବଡ଼ବଜାର ଅଞ୍ଚଳର ପୁନମ ଖଣ୍ଡେଲ ୱାଲ ।  ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ ହେବାପରେ ଘଟଣାର ତଦନ୍ତ ଆରମ୍ଭ କରିଛି ବାରିପଦା ଟାଉନ ଥାନା ପୋଲିସ । ଆଜି ବାରିପଦା ସହରର ତିନିଟି ସ୍ଥାନରେ ଏଭଳି ଛିନତାଇ ହୋଇଥିବା ସୂଚନା ରହିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଆଧାରରେ ଘଟଣାର ତନାଘନା ଆରମ୍ଭ କରିଛି ପୋଲିସ।