ଯୁବକଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମାଣିକପୁର ଗାଁରେ ଯୁବକଙ୍କୁ ଛୁରାମାଡ଼ । ଶମ୍ଭୁ ସିଂ ନାମକ ଜଣେ ଯୁବକଙ୍କୁ ହୋଇଛି ଛୁରା ମାଡ । ରାହଦେବି ଛକରେ କିଛି ଯୁବକ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି । ଆକ୍ରମଣରେ ଶମ୍ଭୁଙ୍କ ଜଙ୍ଘ, ମୁଣ୍ଡ, ହାତକୁ ଆଘାତ ହୋଇଛି  । ଆହାତ ପରେ ସ୍ଥାନୀୟ ଲୋକେ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଶମ୍ଭୁଙ୍କୁ ଭର୍ତ୍ତି କରିଥିଲେ । ପରେ ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ କେଉଁ କାରଣକୁ ନେଇ ଏଭଳି ଛୁରା ମାଡ଼ ହୋଇଛି ତାର ପ୍ରକୃତ କାରଣ ଜଣା ପଡ଼ିନାହଁ  l ଘଟଣାସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିବା ସହ ଆହତ ଯୁବକଙ୍କ ପରିବାର ଲୋକକୁ ପଚରାଉଚରା ଜାରି ରଖିଛି ।