ରାଜ୍ୟ

ଗଞ୍ଜାମର ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ଆକ୍ରମଣ ଘଟଣା: ପରିବାର ଲୋକଙ୍କୁ ହଇରାଣ କରୁଛନ୍ତି କିଛି ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଓଡ଼ିଆରପି କଲୋନୀରେ ରହୁଥିବା ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ଆକ୍ରମଣ ଘଟଣା ପରେ ଏବେ ଭୟରେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ । ଘଟଣା ପରେ ନାବାଳିକାର ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ଗତକାଲି ନଅବର୍ଷର ନାବାଳିକାକୁ ଦୁଇ ଜଣ ଦୁର୍ବୃତ୍ତ ଉଠାଇ ନେଇ କିଛ ଦୂରରେ ରହିଥିବା ଆଉ ଏକ ଘରେ ଦୁଷ୍କର୍ମ ଉଦ୍ୟମ କରିବାରେ ବିଫଳ ହେବା ଯୋଗୁଁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଦୁଇ ଜଣ ଦୁର୍ବୃତ୍ତକୁ ଗ୍ରାମବାସୀ ମାନେ କାବୁ କରି ମାଡ଼ ମାରିଥିବା ବେଳେ ପରବର୍ତ୍ତୀ ସମୟରେ ପୋଲିସକୁ ହସ୍ତାନ୍ତର କରିଥିଲେ ।

ତେବେ ଗତକାଲି ରାତିରେ ପୁଣିଥରେ କିଛି ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନାବାଳିକାର ଘର କବାଟକୁ ବାଡ଼େଇବା ସହିତ ସ୍ଥାନୀୟ ଅଞ୍ଚଳରେ ପାଟିତୁଣ୍ଡ କରିଥିଲେ । ତେଣୁ ଏହି ଘଟଣାରେ ଆଉ କିଛି ଦୁର୍ବୃତ୍ତଙ୍କ ହାତ ରହିଥିବା ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପରିବାର ଲୋକେ ଓ ଗ୍ରାମବାସୀ ଦାବି କରିଛନ୍ତି । ଏହାସହିତ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି କହିଛନ୍ତି ସେମାନେ ।

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ପୋଲିସ ସ୍ପଷ୍ଟ ପ୍ରମାଣ ପାଇବା ପରେ ଏବେ ତଦନ୍ତକୁ ଅଧିକ ଗୁରୁତର ଭାବେ ନେଇଛି ପୋଲିସ । ଆଜି ଖୋଦ୍‌ ବ୍ରହ୍ମପୁର ଏସପି ପୀନାକ ମିଶ୍ର ସୁରଳ ଗାଁକୁ ଯାଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ନାବାଳିକାର ଅଜା ଆଇଙ୍କ ସହିତ ଆଲୋଚନା କରିବା ସହ ପ୍ରତ୍ୟକ୍ଷଦର୍ଶୀ ମାନଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା କରିଛନ୍ତି । ଏହାସହିତ କିଭଳି ହୋଇଥିଲା ଘଟଣା ସେ ନେଇ ମଧ୍ୟ ତଦାରଖ କରିଥିଲେ ଏସପି । ବର୍ତ୍ତମାନ ସୁଦ୍ଧା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଥିବା ବେଳେ ଅନେକ ତଥ୍ୟ ହସ୍ତଗତ ମଧ୍ୟ ହୋଇଛି । ସେପଟେ ନାବାଳିକାର ସ୍ବାସ୍ଥ୍ୟବସ୍ଥା ସୁଧୁରୁଥିବା ଯୋଗୁଁ ଏହା ଏକ ଭଲଖବର ବୋଲି କହିଛନ୍ତି । କାରଣ ନାବାଳିକାର ବୟାନ ରେକର୍ଡ଼ ହେବା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ । ଏହାସହିତ କିଭଳି ନାବାଳିକା ଉତ୍ତମ  ସ୍ୱାସ୍ଥ୍ୟସେବା ପାଇପାରିବ ସେ ନେଇ ମଧ୍ୟ ପୋଲିସ ପକ୍ଷରୁ ଯଥେଷ୍ଟ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଏସପି ।

ସେପଟେ ଏସପି ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଗ୍ରାମବାସୀ ମାନେ ସାମାନ୍ୟତମ ଆଶା ରଖିଛନ୍ତି ଯେ ନାବାଳିକାକୁ ନ୍ୟାୟ ମିଳିବ । କିଭଳି ହୋଇଥିଲା ନାବାଳିକା ଉପରେ ଦୁଷ୍କର୍ମ ଉଦ୍ୟମ ଓ ଗଳାକାଟି ହତ୍ୟା ଉଦ୍ୟମ ସେ ନେଇ ଗ୍ରାମବାସୀ ମାନେ ସବିଶେଷ ତଥ୍ୟ ଦେଇସାରିଛନ୍ତି । ଏହାଛଡ଼ା ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିବା ଯୋଗୁଁ ଗ୍ରାମବାସୀ ମାନେ ସାମାନ୍ୟ ଆଶ୍ୱସ୍ତି କରିଛନ୍ତି ।

KNews Bureau

Recent Posts

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

25 mins ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

54 mins ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

1 hour ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

2 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

3 hours ago

ସୁରକ୍ଷିତ ଦେଶ ଯେଉଁଠି ସ୍କୁଲ ହେଉ କି ସପିଂ ମଲ୍‌ ପିଲାମାନେ ଏକା ଯାଆନ୍ତି

ସାଧାରଣତ ଯେତେବେଳେ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି, ଲୋକମାନେ ସେମାନଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୁଅନ୍ତି । ଆମେ ସେମାନଙ୍କୁ ଏକୁଟିଆ…

3 hours ago