ଡେଲାଙ୍ଗ ହରିରାଜପୁରରେ ବୋମା ମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଶଙ୍କା

ପିପିଲି : ଡେଲାଙ୍ଗ ହରିରାଜପୁରରେ ବୋମା ମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ରୁ ୩ ଟି ବୋମା ମାଡ଼ ହୋଇଥିବା ଡେଲାଙ୍ଗ ପୋଲିସ ପକ୍ଷରୁ ମିଳିଛି ସୂଚନା । ଘଟଣାସ୍ଥଳରେ ଡେଲାଙ୍ଗ ପୋଲିସ ଓ ହରିରାଜପୁର ଫାଣ୍ଡି ପୋଲିସର ତଦନ୍ତ ଆରମ୍ଭ ହୋଇଛି । ଦୁଇ ଜଣକୁ ଅଟକ ରଖି ପଚାର ଉଚରା ଜାରି ରଖିଛି ପୋଲିସ । ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସର୍ବ ସାଧାରଣ ସ୍ଥାନରେ ବୋମା ମାଡ଼ କରାଯଇଥିବା ନେଇ ପୋଲିସ ସୂଚନା ଦେଇଛି ।