ପୁଣି ରାଜଧାନୀରେ ଏଟିଏମ୍ ଲୁଟେରା, ଏଟିଏମ୍ କୁ ତାଡି ନେଇଥିବା ଦୃଶ୍ୟ ସି ସି କ୍ୟାମେରାରେ କଏଦ

ଭୁବନେଶ୍ୱର : ରାଜଧାନୀରେ କମିଶନରେଟ ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ । ଟଙ୍କା ଭର୍ତ୍ତି ATM ମେସିନ ଟେକି ନେଇଗଲେ ଦୁବୃର୍ତ୍ତ । ଦେଖନ୍ତୁ ସିସିଟିଭିରେ ଥିବ ଲୁଟର ଏହି ଦୃଶ୍ୟକୁ । କିଭଳି ଅପରାଧୀ ମୁଖା ପିନ୍ଧି ତାଡି ନେଉଛନ୍ତି ଏଟିଏମ୍ କୁ । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସାମନ୍ତରାପୁର ଶ୍ରୀରାମନଗର ଅଂଚଳରେ ।
ଗତକାଲି ବିଳମ୍ବିତ ରାତିରେ ଶ୍ରୀରାମନଗରରେ ଥିବା SBI ATM ମେସିନ ସହ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆଉ ଏ ହେଉଛି ଲୁଟ ବେଳର ସିସିଟିଭି ଫଟୋ, ଯେଉଁଥିରେ ଦୁଇଜଣ ଦୁର୍ବୃତ୍ତ ମୁଖା ପିନ୍ଧି ATM ଭିତରେ ପଶିଥିଲେ । ଖବର ପାଇ ସକାଳୁ ସକାଳୁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା ।
ସ୍ଥାନୀୟ ଅଂଚଳର ସିସିଟିଭି ଜାଞ୍ଚ ପରେ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଗଙ୍ଗୁଆ ନାଳରୁ ଭଙ୍ଗାରୁଜା ଅବସ୍ଥାରେ ATM କୁ ଜବତ କରାଯାଇଛି । ଦୁର୍ବୃତ୍ତ ATM ମେସିନ ଭାଙ୍ଗି ଟଙ୍କା ନେଇଯାଇ ଥିବାବେଳେ ଏଟିଏମ୍ ଫିଙ୍ଗି ଛୁ ମାରିଛନ୍ତି । ଘଟଣା ପରେ ପୋଲିସ ଦୁର୍ବଳ ପେଟ୍ରୋଲିଂ କୁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ କରୁଥିବା କହିଛନ୍ତି ଭୁବନେଶ୍ୱର ଡିସିପି ।