ରାତି ହେଇଗଲେ ଜମୁଛି ମଦ ମାଂସର ଆସର, ଭାଇରାଲ ହେଉଛି ଭିଡିଓ
ଘଟଗାଁ : ପଞ୍ଚାୟତ ଅଫିସ୍ ପାଲଟିଛି ବିରୟ ବାର୍। ପଞ୍ଚାୟତ ଅଫିସ ଭିତରେ ଚାଲିଛି ମଦ ମାଂସର ଆସର । ପାଞ୍ଚ ବର୍ଷ ପାଇଁ ମିଳିଛି ପଞ୍ଚାୟତ, ଆମ ଇଛା ଆମେ ଯାହା କରିବୁ । ଏହି କଥା ଧରାପଡିବା ପରେ କହୁଛନ୍ତି ବ୍ୟକ୍ତି ଜଣଙ୍କ । ପଞ୍ଚାୟତ ଅଫିସକୁ ନିଜର ପୈତୃକ ଭାବି ମଦ ମାଂସ ର ଆସର ଜମାଇଛନ୍ତି । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ପଞ୍ଚାୟତ ଅଫିସ ଭିତରେ ଏମିତି ଦୃଶ୍ୟ ଦେଖି ସାଧାରଣରେ ନିନ୍ଦା କରାଯାଇଛି ।
ଏହି ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଆପଣ ନିଜେ ବି ଶୁଣନ୍ତୁ ଏଠି କଣ ହେଉଛି ବୋଲି ପଚାରିବାରୁ ସାମ୍ନାରେ ଥିବା ବ୍ୟକ୍ତି ଜଣଙ୍କ କଣ କହୁଛନ୍ତି ।
ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅର୍ନ୍ତଗତ ପଣ୍ଡାପଡା ପଞ୍ଚାୟତ ଅଫିସରେ । ଜୁଲାଇ ୩ ତାରିଖ ବୁଧବାର ରାତିର ଏ ଘଟଣା। ପଚାରିଲେ କହୁଛନ୍ତି ଏହା ଆମର ପର୍ସନାଲ ମେଟର । ରାତିରେ ଆମେ ଖାଇବୁ ପିଇବୁ ଆମ ଇଛା ଯାହା ସେଇଆ କରିବୁ। ଭିଡ଼ିଓ ଉତ୍ତୋଳନ ସମୟରେ ମୋବାଇଲ ଛଡ଼ାଇ ନେବାକୁ ମଧ୍ୟ ଉଦ୍ୟମ କରୁଛନ୍ତି । ତେବେ ଏଭଳି ଦୃଶ୍ୟ ଆଉ ଏଭଳି ଆଚରଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।
କିଛି ନିୟମ କାନୁନ ରହିଛି ଯାହା ଆମକୁ ମାନିବାକୁ ପଡିବ । ଏଭଳି ନିଜର ସମ୍ପତ୍ତି ଭାବି ଆମେ ଯଦି ତାର ଅପବ୍ୟବହାର କରିବା ତାହେଲେ ଏହା ନିହାତି ଭାବେ ଭୁଲ । କାହିଁକିନା ପଞ୍ଚାୟତ ଅଫିସରେ ଜଣେ ସାଧାରଣ ଲୋକ ତାର ସମସ୍ୟା ବିଷୟରେ ଅବଗତ କରାଇବାକୁ ଆସେ ନିଜର ଆବଶ୍ୟକତା ସମସ୍ୟା ଜଣାଇବାକୁ ଆସେ । ଆଉ ସେଠାରେ ଯଦି ଏମିତି ଦୃଶ୍ୟ ଦେଖିବାକୁ ମିଳିବ ତାହେଲେ ସାଧାରଣ ଲୋକ ଜଣେ ତ ହଇରାଣ ହେଇଯିବେ । ତେବେ ଏହି ଭିଡିଓକୁ ଦେଖିସାରିବା ପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ ।