ପୋଲିସ୍ ଭ୍ୟାନର କାଚ ଭାଙ୍ଗିଲେ ଦୁର୍ବୃତ୍ତ

ଚାନ୍ଦବାଲି : ପୋଲିସ୍ ଗାଡ଼ି ଭାଙ୍ଗିରେ ଦୁର୍ବୃତ୍ତ । ଭଦ୍ରକ ବାଂସଡ଼ା ଥାନା ଅଧିନ ଘଣ୍ଟେଶ୍ୱର ଫାଣ୍ଡି ଗାଡ଼ି କାଚ ଭାଙ୍ଗିଲେ ଦୁର୍ବୃତ୍ତ । ଗତକାଲି ଘଣ୍ଟେଶ୍ୱର ଫାଣ୍ଡି ପୋଲିସ କୌଣସି କାରଣ ପାଇଁ ମାଣିପୁର ରେଳ ଫାଟକ ଯାଇଥିଲେ ।

ଗାଡିରେ କେହି କର୍ମଚାରୀ ନଥିବା ବେଳେ ଏହାର ସୁଯୋଗ ନେଇ ଗାଡି କାଚ ଭାଙ୍ଗିଥିବା କୁହାଯାଇଛି । ଚୋରା କୋଇଲା ବେପାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଚୋରା କୋଇଲକୁ ବିରୋଧ କରୁଥିବା ବ୍ୟକ୍ତି ଏପରି କରିଥିବା ଚର୍ଚ୍ଚା ହେଉଛି ।

ଆହୁରି ପଢନ୍ତୁ:ସୁବର୍ଣ୍ଣପୁର ଡୁଙ୍ଗୁରିପାଲି କଲେଜ ପଛପଟ ଇଟାଭାଟି ଅଞ୍ଚଳରେ ଫୁଟିଲା ଗୁଳି, ଜଣେ ଗୁରୁତର