ଭୁବନେଶ୍ୱର : ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା । ପୁଣି ବ୍ଲାକ ପଲ୍ ସର ଗ୍ୟାଙ୍ଗ ଆତଙ୍କ । ଭୁବନେଶ୍ବର ସିଆରପି ଛକ ନିକଟରୁ ୫ଲକ୍ଷ ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ । ବାସୁଦେବ ମହାରଣା ନାମକ ବ୍ୟକ୍ତି ସ୍ଥାନୀୟ ଆକ୍ସିସ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ନିଜ ସ୍କୁଟି ଆଗରେ ଛିଡ଼ା ହୋଇଥିଲେ । ଏହି ସମୟରେ ତାଙ୍କ କାନ୍ଧରୁ ୫ଲକ୍ଷ ଟଙ୍କାର ବ୍ୟାଗକୁ ଝାମ୍ପି ନେଇଛନ୍ତି ୨ ଦୁର୍ବୃତ୍ତ । ପରେ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଲୁଟ ଘଟଣାରେ ଛାନଭିନ ଚଳାଇଛି। ପାଖରେ ଥିବା ସିସିଟିଭି ଫୁଟେଜକୁ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
You might also like