ଆଜି ଚାନ୍ଦିପୁର LC-3ରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସୁରକ୍ଷା ପାଇଁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

ବାଲେଶ୍ୱର : ଆଜି ଚାନ୍ଦିପୁର ଆଇଟିଆର LC-3 କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ । ଏଥି ପାଇଁ ସାଢ଼େ ୩ କିଲୋମିଟର ପରିଧି ଅଞ୍ଚଳ ନିର୍ଦ୍ଧାରିତ ହୋଇଛି । ପରୀକ୍ଷଣ ପୂର୍ବରୁ ସୁରକ୍ଷା ପାଇଁ ଲୋକଙ୍କୁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଉଛି । ୪ଟି ଆଶ୍ରୟସ୍ଥଳରେ ୧୦ଟି ଗାଁର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି ।
୧୦ଟି ଗାଁର ମୋଟ୧୦ ହଜାର ୮୫୧ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ସେବା ଶ୍ରମଗୁଡ଼ିକୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଭାବେ ଚିହ୍ନଟ କରାଯାଇଛି । କ୍ୟାମ୍ପ ମାନଙ୍କରେ ମେଡିକାଲ ଟିମ୍ ,ପୋଲିସ ଓ ଅଗ୍ନିଶମ ବିଭାଗ ମହଜୁଦ ରହିଛନ୍ତି । ସ୍ଥାନାନ୍ତରିତ ଲୋକଙ୍କ ସୁବିଧା ପାଇଁ ୧୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ୨୨ ଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି ।