ଆଜି ଚାନ୍ଦିପୁର ଘାଟିରେ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ, ଅସ୍ଥାୟୀ ଶିବିରରେ ରହିବେ ଲୋକ

ବାଲେଶ୍ବର : ଆଜି ପୁଣି ହେବ କ୍ଷେପଣାସ୍ତ୍ର ପରୀକ୍ଷଣ । ବାଲେଶ୍ବର ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏଥିପାଇଁ ନିର୍ଦ୍ଧାରିତ ସାଢେଇ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି ।
ଜୟଦେବକସବା ପାହି ଓ ସାହାଜାନଗର ପାହି , ଭୀମପୁର ପାହି ଓ ତୁଣ୍ଡରା ପାହି ଓ ଖଡୁପାହି ଓ କୁସୁମୁଳୀ ଅଞ୍ଚଳର ମୋଟ ୩୧୦୦ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଭୋର ୫ଟାରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କୁ ଅସ୍ଥାୟୀ ଶିବିରରେ ରଖାଯିବ ।