ରାଜ୍ୟ

ମହିଳା କ୍ରିକେଟର ନିଖୋଜ ମାମଲା : ଜଙ୍ଗଲରୁ ମିଳିଲା ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ

କଟକ (କେନ୍ୟୁଜ): ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମିଳିଲା ମୃତଦେହ। ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଓରନ୍ଦା ଜଙ୍ଗଲ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟି ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହାପରେ ଜଙ୍ଗଲ ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ରାଜଶ୍ରୀଙ୍କର ବୋଲି କଟକ ମଙ୍ଗଳାବାଗ ପୋଲିସ ସ୍ପଷ୍ଟ କରିଛି।

ସୂଚନା ଅନୁସାରେ ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନଥିଲା । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ ଥାନାରେ କୋଚ୍‌ ମିସିଙ୍ଗ ରିପୋର୍ଟ କରିବା ପରେ ତନାଘନା ଚଳାଇଥିଲେ ପୋଲିସ। ଥାନାଧିକାରୀଙ୍କ ନେତୃତ୍ୱରେ ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଆଠଗଡ଼ ଯାଇ ତଦନ୍ତ କରୁଥିଲା।

ରାଜଶ୍ରୀଙ୍କ ନିଖୋଜ ନେଇ କୌଣସି ଲିଙ୍କ୍‌ ରହିଛି କି ନାହିଁ ସେନେଇ ତନାଘନା ଚାଲିଥିଲା। ପୁଡୁଚେରୀରେ ଖେଳାଯିବାକୁ ଥିବା ସିନିଅର ମହିଳା ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ରାଜଶ୍ରୀ । ବଜ୍ରକବାଟି ସ୍ଥିତ ଏକ ହୋଟେଲରେ ରହୁଥିଲେ ରାଜଶ୍ରୀ ଓ ଅନ୍ୟାନ୍ୟ ଖେଳାଳି । ଟାଙ୍ଗୀ ସ୍ଥିତ ଏକ ଘରୋଇ କଲେଜରେ ଚାଲିଥିଲା ଅଭ୍ୟାସ ।

ଅନ୍ୟପଟେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ମାଆ । ଚୟନ ପ୍ରକ୍ରିୟାରେ ମୋ ଝିଅ ପ୍ରତି ଅନ୍ୟାୟ ହୋଇଛି । ଚୂଡ଼ାନ୍ତ ତାଲିକାରୁ ମୋ ଝିଅ ନାଁ ଜାଣିଶୁଣି କାଟି ଦିଆଯାଇ ଛି। “ମୋ ଝିଅ ଭଲ ଖେଳେ”। ତାଲିକାରୁ ନାଁ କଟିଯିବା ପରେ ଚାପରେ ଥିଲା ରାଜଶ୍ରୀ । “ତାକୁ ମାରି ଦେଇ ଲୁଚାଇ ରଖାଯାଇଛି “। “ଘଟଣାକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଥିଲେ ତାଙ୍କ ମାଆ ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago