ରାଜ୍ୟ

ମୟୁରଭଞ୍ଜ: ତିନିଦିନ ତଳେ ଶୁକୃଲି ବଜାରରୁ ନିଖୋଜ ଥିବା ଶିଶୁ ବୈଶିଙ୍ଗାରୁ ଉଦ୍ଧାର

କରଞ୍ଜିଆ(କେନ୍ୟୁଜ୍):  ତିନିଦିନ ତଳେ ଦିନ ସମୟରେ ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବଜାରରୁ ଜଣେ ଫେରିବାଲା ଛୁଆ ଚୋରି କରିଥିବା ଅଭିଯୋଗ ହେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଶୁକୃଳି ବଜାରରୁ ଜଣେ ୮ ବର୍ଷର ଶିଶୁ ନିଖୋଜ ହେଇ ଯାଇଥିଲେ ।  ଘଟଣା ଘଟିଥିଲା ରରୁଆଁ ଥାନା ଅନ୍ତର୍ଗତ ବେଗୁନାବିନ୍ଧା ଗାଁରେ । କିଛି ଦିନ ହେବ ଫେରିବାଲା ବେଗୁନାବିନ୍ଧା ଗାଁରେ ରହୁଥିଲା । ତିନିଦିନ ତଳେ କେହି ଘରେ ନଥିବାର ସୁଯୋଗ ନେଇ ୮ ବର୍ଷର ଶିଶୁକୁ ନେଇ ଯାଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଶୁକୃଲି ବ୍ଲକରେ ଚର୍ଚ୍ଚା ଜୋର ଧରିଥିଲା । ତିନି ଦିନ ହେଲାଣି ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ଦେଖିବାକୁ ପାଇନଥିଲେ ପରିବାର ଲୋକେ । ଗତକାଲି ନିଖୋଜ ଥିବା ଶିଶୁର ବଡ଼ ଭଉଣୀ ରରୁଆଁ ଥାନାରେ ଅଭିଯୋଗ ପରେ  ଏଘଟଣା ବାହାରକୁ ଆସିଥିଲା।

ପୋଲିସର ପକ୍ଷରୁ ତଦନ୍ତ ଆରମ୍ଭ ହେଇ ବିଭିନ୍ନ ସ୍ଥାନ ନିଖୋଜ ଶିଶୁର ଫୋଟ ଦେଇ ପ୍ରଚାର ଆରମ୍ଭ କରିଥିଲେ । ଅନ୍ୟପଟେ ନିଖୋଜ ଶିଶୁର ବାପା ବାଙ୍ଗାଲୋରରେ ରହୁଥିବା ବେଳେ ମା ଭୁବନେଶ୍ୱର ରହୁଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିବା ପରେ ପୋଲିସ ଉପରେ ଚାପ ବଢ଼ୁଥିଲା । ଆଜି ଦିନରେ ଖବର ଆସିଲା ବୈଶିଙ୍ଗା ଥାନାରୁ ନିଖୋଜ ଶିଶୁ ଉଦ୍ଧାର ହେଇଛି । ଏହି ଘଟଣା କୁ ନେଇ ବୈଶିଙ୍ଗା ଥାନାରେ ଥିବା ଏ.ଏସ.ଆଇ ସୁଶାନ୍ତ ମାହାକୁଡ଼ଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେଇଥିଲୁ ସେ କହିଛନ୍ତି କି ରରୁଆଁ ଥାନାରୁ ଶିଶୁ ଚୋରି ହେବା ଘଟଣା ଆମେ ଖବର ପାଇଲା ପରେ ଆମେ ବିଭିନ୍ନ ସ୍ଥାନରେ ଆଲର୍ଟ କରି ଦେଇଥିଲୁ । ଗତକାଲି ରାତି ୧୦ ରୁ ୧୧ଟା ଭିତରେ ହେବ କାନଥି ଗାଁ ନିକଟରେ ଜଣେ ସାଇକେଲରେ ଜଣେ ଶିଶୁକୁ କନ୍ଦେଇ କନ୍ଦେଇ ନେଉଥିଲେ । ଗାଁ ଲେକମାନଙ୍କ ସନ୍ଦେହ ହେବାରୁ ସାଇକେଲ ଚଳାଉଥିବା ଯୁବକକୁ ଅଟକାଇ ଥିଲେ । ଗାଁ ଲେକମାନଙ୍କୁ ଦେଖି ସାଇକେଲ ଚଳାଉଥିବା ଯୁବକ ଘଟଣା ସ୍ଥଳରୁ ଫେରାର ହେଇଯାଇଥିଲା ।

ଗାଁ ଲେକମାନେ ଏଘଟଣା ନେଇ ପୋଲିସକୁ ଖବର ଦେଇଥିଲେ । ସେଠାରୁ ନିଖୋଜ ଶିଶୁ ଉଦ୍ଧାର ହେଇଥିଲା । ବୈଶିଙ୍ଗା ପୋଲିସର ଉଦ୍ୟମ ଫଳରେ ଫେରାର ଯୁବକକୁ ଗିରଫ କରିବାରେ ସଫଳ ହେଇଛି ପୋଲିସ। ଯୁବକ ଜଣକ ହେଉଛନ୍ତି ସେକ ମୁନିରୁଦ୍ଦିନ । ସେ ଶୁକୃଳି ବିଭିନ୍ନ ଗାଁ ଯାଇ ଲୁହା ଟିଣ କିଣିଥାନ୍ତି । କେହି ନଥିବାର ସୁଯୋଗ ନେଇ ଶିଶୁକୁ ସାଇକେଲରେ ୧୬୦ କିଲୋମିଟର ଦୂର ନେଇ ବୈଶିଙ୍ଗା ଅଞ୍ଚଳରେ ଧରାପଡିଥିଲେ ।।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

12 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

25 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

34 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

37 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago