ଟିପ ଚିହ୍ନରୁ ଆଧାର, ଆଧାରରୁ ମିଳିଲା ଠିକଣା: ୬ ବର୍ଷ ପରେ ଘରକୁ ଫେରିଲା ନିଖୋଜ ଭିନ୍ନକ୍ଷମ ପୁଅ

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ଛଅ ବର୍ଷର ଅପେକ୍ଷା ପରେ ଆଜି ଭଗବାନ ଡାକ ଶୁଣିଛନ୍ତି । ହଜି ଯାଇଥିବା ପୁଅର ଆଜି ଠିକଣା ମିଳିଯାଇଛି ।

କେନ୍ଦୁଝର: ମୁହଁରେ ହସ ମନ କୁଣ୍ଢେମୋଟ । କାରଣ ଛଅ ବର୍ଷ ତଳେ ହଜି ଯାଇଥିବା ପୁଅର ଆଜି ଠିକଣା ମିଳିଯାଇଛି । ତେଣୁ ଡେରି ନକରି ବାପା ଧାଇଁ ଆସିଛି ତା ପୁଅକୁ ନେବା ପାଇଁ । ନଖାଇ ନ ପିଇ କେତେ ଦିନ କେତେ ରାତି ତା ପୁଅକୁ ଖୋଜି ଖୋଜି କଟିଛି ସେ ବାପା ମନ ହିଁ ଜାଣିଛି । ଆଜି ପୁଅ ୧୩ ବର୍ଷରୁ ୧୯ ବର୍ଷର ବର୍ଷର ହୋଇଗଲାଣି । ଦୀର୍ଘ ଛଅ ବର୍ଷର ଅପେକ୍ଷା ପରେ ଆଜି ଭଗବାନ ଡାକ ଶୁଣିଛନ୍ତି ।

ସେଦିନ ଥିଲା ୨୦୧୭ ମସିହା ଜୁନ ମାସ ଦୁଇ ତାରିଖ । ୧୩ ବର୍ଷର ଏକ ଭିନ୍ନକ୍ଷମ ମୁକ ବିଧିର ନାବାଳକଟି କେନ୍ଦୁଝର ବଜାରରେ ଅତି ଅସହାୟ ଅବସ୍ଥାରେ କାନ୍ଦି କାନ୍ଦି ବୁଲୁଥିଲା। ଖବର ପାଇ ଶିଶୁ ମଙ୍ଗଳ ସମିତି ପକ୍ଷରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ହେଲେ ଶିଶୁଟି ମୁକ ଓ ବଧିର ହୋଇଥିବାରୁ ନା କାହା କଥା ଶୁଣି ପାରୁଥିଲା ନା କହା ପ୍ରଶ୍ନର ଉତ୍ତର ଦେଇପାରୁଥିଲା । ନା ବାପା ମାଙ୍କ ନା କହିପାରୁଥିଲା ନା ଘର ଠିକଣା । ଏଠାକୁ କେମିତି ଆସିଲା ସେ ବିଷୟରେ କିଛି କହି ପାରୁଥିଲା । କେବଳ ବିକଳ ହୋଇ କାନ୍ଦୁଥିଲା । ଶେଷରେ ଭିନ୍ନକ୍ଷମ ଶିଶୁ ଟିକୁ ସୁରକ୍ଷିତ ଭାବରେ ରଖିବାକୁ ତେଲକୋଇ ସ୍ଥିତ ଭିନ୍ନକ୍ଷମ ସଂସ୍ଥାକୁ ପଠାଇ ଦିଆଯାଇଥିଲା । ଶିଶୁଟି ସମ୍ପର୍କରେ ଜାଣିବାକୁ ବିଭିନ୍ନ ଗଣମାଧ୍ୟମରେ ଅନେକ ପ୍ରଚାର ପ୍ରସାର କରାଗଲା ହେଲେ ପରିବାର ଲୋକଙ୍କ କୌଣସି ଠିକଣା ମିଳିଲା ନାହିଁ ।

pua ferila

ହେଲେ ବର୍ତ୍ତମାନ ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ଦୀର୍ଘ ଛ ବର୍ଷ ପରେ ପିଲାଟିର ଆଧାର କାର୍ଡ ପାଇଁ ଟିପ ଚିହ୍ନ ନେବା ବେଳେ ତାର ଆଗରୁ ଏକ ଆଧାର କାର୍ଡ଼ ଥିବା କଥା ଜଣାପଡିବା ସହ ଶିଶୁଟି ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲାର ରାମ କିଶୋର ଯାଦବଙ୍କ ପୁଅ ବୋଲି ଜଣାପଡିଥିଲା । ପ୍ରଶାସନ ପକ୍ଷରୁ ରାମ କିଶୋରଙ୍କୁ ଯୋଗାଯୋଗ କରାଯିବା ପରେ ସେ କେନ୍ଦୁଝରରେ ପହଂଚି ତାଙ୍କ ହଜିଲା ପୁଅ କୁ ପାଇ ଖୁସିରେ ଅଧିର ହୋଇ ପଡିଥିଲେ । ଆଉ କହିଥିଲେ କୃଷ୍ଣ ଙ୍କୁ ବାସୁଦେବ ଜନ୍ମ ଦେଇଥିଲେ କିନ୍ତୁ ନନ୍ଦରାଜା ପାଳିଥିଲେ ଯାହାର ଉଦାହରଣ ମୋ ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏପଟେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ କହିଛନ୍ତି, ଅନେକ ଚେଷ୍ଟା ପରେ ପିଲାଟି ତାର ପରିବାରକୁ ଫେରିପାଇଛି ।

କଥାରେ ଅଛି ଭଗବାନଙ୍କ ଘରେ ଡେରି ହୋଇପାରେ କିନ୍ତୁ କେବେ ଅନ୍ଧାର ନଥାଏ । ଠିକ୍ ସେମିତି ଡେରିରେ ହେଉ ପଛେ ପିଲାଟି ନିଜ ପରିବାରକୁ ଫେରି ପାଇଛି । ଗତକାଲି ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲାରେ ପିଲାଟି ନିଜ ଘରେ ପହଞ୍ଚିବା ପରେ ଗ୍ରାମରେ ଭାବବିହ୍ଵଳ ପରିସ୍ଥିତି ସୃଷ୍ଟି ହୋଇଥିଲା ଦେଖିବାକୁ ମିଳିଥିବାବେଳେ ସଭିଏଁ ଶିଶୁ ମଙ୍ଗଳ ସମିତିର କର୍ମକର୍ତ୍ତାମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।

 

Leave A Reply

Your email address will not be published.