୧୭ ଦିନ ପରେ ଠାବ ହେଲା ନିଖୋଜ ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ମୃତଦେହ ଠାବ ହୋଇଛି। ପାଖାପାଖି ୧୭ ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ ଜଙ୍ଗଲରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏକ ବାଇକ୍‌ ମଧ୍ୟ ଥିବା ଦେଖିବାକୁ ମିଳିଛି। ଦେଓଗାଁ ପୋଲିସ୍ ଓ ଗଜାନନଙ୍କ ପରିବାର ଘଟଣାସ୍ଥଳକୁ ଯାଇ ମୃତଦେହକୁ ଚିହ୍ନଟ କରିଛନ୍ତି।

ସୂଚନା ଥାଉକି, ଗତ ଶୁକ୍ରବାର ସକାଳୁ ଘରୁ ବାହାରି ଗଜାନନ ଆଉ ଫେରି ନଥିଲେ। ସେ ତାଙ୍କ ମା’ଙ୍କୁ ପାଟଣାଗଡ଼ ଯାଉଥିବା କହିଥିଲେ। ବହୁ ଖୋଜା ଖୋଜି କରି ନପାଇବାରୁ ଗତ ୬ ତାରିଖ ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ ତାଙ୍କ ବାପା । ବିଭିନ୍ନ ସ୍ଥାନକୁ ଯାଇ ପୋଲିସ୍ ଖୋଜାଖୋଜି କରିଥିଲେ କିଛି ପତ୍ତା ପାଇନଥିଲା ।

ଏହାପରେ ପୁଣି ଗତ ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନଙ୍କ ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶିର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ। ସୁନା ବେପାରୀ ନିଖୋଜ ହେବା ଘଟଣା ପୁଣି ଏବେ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ କଥା ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.