ବିଳମ୍ବିତ ରାତିରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମିଳିଲା ମୃତଦେହ

ନିଆଳି/ପିପିଲି(କେନ୍ଯୁଜ୍): ଗତ ବିଳମ୍ବିତ ରାତିରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ହୀରାପୁର ଗ୍ରାମର ସୁଦର୍ଶନ ଦାରୁପୀଠ ପଛ ପଟକୁ ଲାଗି କୁଆଖାଇ ନଦୀରେ ଘଟିଛି ଏକ ଆଭାବନିୟ ଘଟଣା । ବାପା ଓ ଦୁଇ ପୁଅ ନଦୀରୁ ମାଛ ଧରିବା ସମୟରେ ଦୁଇ ପୁଅ ନଦୀ ଭିତରେ ପସି ମାଛ ଧରୁଥିଲେ। ଏହି ସମୟରେ ତାଙ୍କ ବାପା ଶୁଖିଲାରେ ବସିଥିଲେ କିନ୍ତୁ ହଠାତ୍ କଣ ଭାବି ସେ ନଦୀ ଭିତରକୁ ପଶିଥିଲେ ଓ ଗଭୀର ଜଳ ରାଶିରେ ନିଖୋଜ ହୋଇଯାଇଥିଲେ ବାପା।

ନିଖୋଜ ବ୍ୟକ୍ତିଙ୍କ ନାମ ସେଖ୍ ମହମ୍ମଦ ରାଜୁ (୫୫) ମୁକୁନ୍ଦ ଦାସପୁର ଅଂଚଳର । ଦୁଇ ପୁଅ ଖୋଜା ଖୋଜି କରି ନପାଇବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ବୁଡାଳି ଦଳ ଉଦ୍ଧାର କରି ଆଜି ସକାଳେ ଶବକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ମେଡିକାଲ ପଠାଇଛନ୍ତି। ଏନେଇ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରିରଖିଛନ୍ତି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.