ରାଜ୍ୟ

ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା, କୁରାଳ ଗାଁର ସୁଣ୍ଢି ସାହିରୁ ବନ୍ଦ ଘର ଭିତରୁ ଉଦ୍ଧାର

ନୟାଗଡ(କେନ୍ୟୁଜ୍‌ ): ଉଦ୍ଧାର ହେଲା ନିଖୋଜ ଅମ୍ରିତ। ପାଞ୍ଚ ଦିନ ପରେ ମିଳିଲା ନୟାଗଡ଼ର ଅମ୍ରିତ ପାତ୍ରଙ୍କ ପତ୍ତା। କୁରାଳ ଗାଁର ଶୁଣ୍ଢି ସାହିର ଟୁକୁ ପଣ୍ଡାଙ୍କ ବନ୍ଦ ଘର ଭିତରୁ ଉଦ୍ଧାର କରାଯାଇଛି। ତାଲା ଭାଙ୍ଗି ଘର ଭିତରୁ ଅମ୍ରିତକୁ ବାହାର କରିଛନ୍ତି ଗ୍ରାମବାସୀ। ଅମ୍ରିତଙ୍କୁ ଉଦ୍ଧାର ପରେ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ। ଏହାପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନେଇଥିଲା ପୋଲିସ। ସେ ଏବେ ସୁସ୍ଥ ଅଛନ୍ତି ।

ଅମ୍ରିତଙ୍କ ବାପା କହିଛନ୍ତି, ତାଙ୍କ ପରିବାର ପ୍ରତି ବିପଦ ରହିଛି । ଗତ ୧୫ ତାରିଖରେ ଟିଉସନ୍‌ରୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ କୁରାଳ ଗାଁର ସପ୍ତମ ଶ୍ରେଣୀ ଛାତ୍ର ଅମ୍ରିତ ପାତ୍ର । ଅମି୍ରତକୁ ଅପହରଣ କରାଯାଇଥିବା ସନ୍ଦେହ କରି ପରିବାରଲୋକେ CBI ତଦନ୍ତ ପାଇଁ ଦାବି କରିଥିଲେ।

ପୋଲିସ ନିଖୋଜ ରହସ୍ୟର ତଦନ୍ତ ଜାରି ରଖିଥିବାବେଳେ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଅମ୍ରିତଙ୍କୁ ଅପହରଣ କରାଯାଇଥିଲା କି? ତାଙ୍କୁ ଘରେ କିଏ ତାଲା ପକାଇଥିଲେ ? ଟୁକୁ ପଣ୍ଡାଙ୍କ ଘର ଭିତରକୁ ଅମ୍ରିତ ଗଲେ କେମିତି ?ସେହି ଘରେ ଅମ୍ରିତ ଥିବା ଗ୍ରାମବାସୀ ଜାଣିଲେ କେମିତି ? ଅମ୍ରିତଙ୍କୁ ଘର ଭିତରକୁ ନେଲା କିଏ? ପଚରାଉଚରା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି।

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

45 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

47 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago