ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ଗଳିତ ଶବ

ମୋହନା(କେନ୍ୟୁଜ୍‌) : ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ ବାଉଁଶୁରୀ ଗ୍ରାମର ପୋଖରୀରରୁ ଜଣେ ବୃଦ୍ଧଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି l ମୃତକ ଜଣକ ସେହି ଗ୍ରାମର ସୀତାରାମ ଜାନିଙ୍କ ବାପା ଶୁକଦେବ ଜାନି ବୋଲି ଜଣାପଡ଼ିଛି l

ଗତ ସୋମବାର ଠାରୁ ଶୁକଦେବ ନିଖୋଜ ଥିବା ନେଇ ପରିବାର ବର୍ଗ ପୋଲିସ ରେ ଅଭିଯୋଗ କରିଥିଲେ l ବୁଧୁବାର ଅପରାହ୍ନରେ ଶୁକଦେବଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ l

ମୋହନା ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର mkcg ମେଡିକାଲ ପଠାଇଛି l ଘଟଣା ସ୍ଥଳରେ ମୋହନା ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.