ଫେରିଆସିଲା ‘କୋକୋ’: ୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ ଶୁଆ

କଟକ(କେନ୍ଯୁଜ୍):୧୨ ଦିନ ପରେ ଉଦ୍ଧାର ହେଲା ନିଖୋଜ କୋକୋ। କେଶୁରା ନିକଟ ମନୋଜ କୁମାର ସ୍ୱାଇଁଙ୍କ ଘରୁ ଉଦ୍ଧାର ହୋଇଛି ଶୁଆ। ବର୍ଷାରେ ଓଦା ହୋଇ କୋକୋକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ମନୋଜ ସ୍ୱାଇଁଙ୍କ ସ୍ତ୍ରୀ ମାମିନା ପ୍ରଧାନ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା।

କଟକ ତୁଳସୀପୁର ମଧୁସୂଦନ ନଗରର ସସ୍ମିତା ହଜିଲା ଶୁଆ ପାଇଁ ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଦୀର୍ଘଦିନ ଧରି ତାଙ୍କ ଘରେ ଥିବା ଶୁଆକୁ ସେମାନେ ଘରର ସଦସ୍ୟ ଭଳି ଦେଖିଆସିଥିଲେ। ଏପରିକି ତାକୁ ପିଞ୍ଜରାରେ ନରଖି ଖୋଲାରେ ରଖିଥିଲେ। କିନ୍ତୁ ଶୁଆଟି ହଜିଯାଇଥିଲା। ଶୁଆ ହଜିବା ଦୁଃଖରେ ସସ୍ମିତାଙ୍କ ପରିବାର ବର୍ଗ ଲିଫ୍‌ଲେଟ ବାଣ୍ଟିବା ସହ ୫ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଗଣମାଧ୍ୟମରୁ ଖବର ଦେଖି ମାମିନା ସସ୍ମିତାଙ୍କ ସହ ଯୋଗାଯୋଗ କରିଥିଲେ।