ଚିଲିକାରେ ଡଙ୍ଗା ବୁଡି ଘଟଣା: ନିଖୋଜ ଯାତ୍ରୀଙ୍କ ମିଳିଲା ପରିଚୟ, ଚାଲିଛି ଖୋଜାଖୋଜି

ଟାଙ୍ଗୀ(କେନ୍ୟୁଜ୍):  ଆଜି ଅପରାହ୍ନ ୪ ଟା ସମୟରେ ଚିଲିକାରେ ଥିବା ମା’ କାଳିଜାଇ ପୀଠରୁ ଦର୍ଶନ କରି ଫେରୁଥିବା ବେଳେ କାଳ ବୈଶାଖୀ ପ୍ରଭାବରେ ଡଙ୍ଗାରେ ପାଣି ପସିଯିବାରୁ ଓଲଟି ଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣେ ସ୍ଥାନୀୟ ଯାତ୍ରୀ ନିଖୋଜ ଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ନିଖୋଜ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ । ମା’ କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ରାଜକିଶୋର ସଂଧ୍ୟାରେ ଦୋକାନ ବନ୍ଦ କରି ସେହି ଦୁର୍ଘଟଣା ଘଟିଥିବା ଯାତ୍ରୀବାହୀ ଡଙ୍ଗାରେ ଫେରୁଥିଲେ।

ଦୁର୍ଘଟଣା ଘଟିଥିବା ଯାତ୍ରୀବାହୀ ଡଙ୍ଗାରେ ୮ ଜଣ ପର୍ଯ୍ୟଟକ , ୨ ନୌକା ଚାଳକ ଓ ଜଣେ କାଳିଜାଇ ମନ୍ଦିରରେ ଦୋକାନ କରିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ମିଶାଇ ମୋଟ ୧୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୭ ଜଣ ପୁରୁଷ ଥିଲେ। ସମସ୍ତ ପର୍ଯ୍ୟଟକ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ଅଟନ୍ତି। ତେବେ ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ବାଲୁଗାଁ SDPO ମାନସ ରଞ୍ଜନ ବାରିକଙ୍କ ସୂଚନା ମୁତାବକ ବାଲେଶ୍ଵର ରେମୁଣା ଅଞ୍ଚଳର ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ।
ଖବରପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ, ବାଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ, ଓଟିଡିସି ର କର୍ମଚାରୀଙ୍କ ସମେତ ଅନ୍ୟ କର୍ମଚାରୀ ସାହାଯ୍ୟରେ ଚିଲିକା ମଧ୍ୟକୁ ଯାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଯାତ୍ରୀ ସମେତ ଡଙ୍ଗା ଚାଳକ ଏବଂ ସହ ଚାଳକଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବାଲୁଗାଁ ମେଡିକାଲ ଡାକ୍ତରଙ୍କ ଠାରୁ ପ୍ରକାଶ ।

ପଢନ୍ତୁ ଯାତ୍ରୀମାନଙ୍କ ନାମ ଓ ଠିକଣା:

୧- ମଧୁସୂଦନ ମହାଳିକ (୨୫)

୨- ବିମ୍ବାଧର ସେନାପତି (୬୩)

୩- ଭବାନୀ ପଣ୍ଡା (୩୩)

୪- ଜ୍ୟୋତିସ୍ମିତା ସେନାପତି (୨୯)

୫- ପ୍ରୀତିସ୍ମିତା ସେନାପତି (୨୨)

୬- ଜ୍ୟୋସ୍ନା ସେନାପତି (୫୩)

୭- ଏଲିନା ପାଣିଗ୍ରାହୀ (୩୮)

୮- ପୀୟୂଷ ପାଣିଗ୍ରାହୀ (୧୪)

ବାଲେଶ୍ୱର ରେମୁଣା ଅଞ୍ଚଳର ଉପରୋକ୍ତ ୮ ଯାତ୍ରୀ

୯- ଭାସ୍କର ସାହୁ (୬୦)- ଗଞ୍ଜାମ ଜିଲ୍ଲା

୧୦- ରାଜକିଶୋର ଖୁଣ୍ଟିଆ (୪୦) ନିଖୋଜ- ବାଲୁଗାଁ କୋଦପୁର

୧୧- ରାଜକିଶୋର ବେହେରା (୪୮)- ଡଙ୍ଗା ଚାଳକ
୧୨- ରାମଚନ୍ଦ୍ର ବେହେରା (୨୨)- ଡଙ୍ଗା ସହ ଚାଳକ

 

Leave A Reply

Your email address will not be published.