ସମ୍ବଲପୁରରେ ମହାନଦୀକୁ ଡେଇଁ ଛାତ୍ରୀ ନିଖୋଜ ଘଟଣା, ଆଠଗଡ଼ରୁ ମିଳିଲା ମୃତଦେହ

ସମ୍ବଲପୁର : ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁଥିବା ସ୍କୁଲ ଛାତ୍ରୀର ମୃତଦେହ ଆଠଗଡ଼ରେ ଠାବ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ସଦର ଏସଡ଼ିପିଓ । ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ଆଠଗଡ଼ ଅଞ୍ଚଳରୁ ଉଦ୍ଧାର କରାଯାଇଛି ।  ମୃତ ନାବାଳିକା ଜଣକ ହେଲେ କାଜଲ ସାହାଣୀ ।

ସୂଚନା ଅନୁସାରେ ଅଗଷ୍ଟ ୨୪ରେ ସକାଳୁଆ ସ୍କୁଲ ଥିବାରୁ ଛାତ୍ରୀ ଜଣଙ୍କ ସାଇକେଲ ଧରି ଘରୁ ବାହାରି ଆସିଥିଲେ । ମାତ୍ର ସେ ଚାଉଁରପୁର ବ୍ରିଜ ନିକଟରେ ସାଇକେଲ ରଖି ବ୍ରିଜ ବାଡ଼ା ନିକଟକୁ ଯାଇଥିଲେ। ପରେ ଛାତ୍ରୀଜଣକ ପାଣିକୁ ଡେଇଁ ପଡ଼ିଥିଲେ। ଖବର ପାଇ ଉଦ୍ଧାର ପାଇଁ ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଧ୍ୟ ଛାତ୍ରୀଙ୍କର ପତ୍ତା ମିଳି ନଥିଲା । ହେଲେ ଆଜି କାଜଲ ସାହାଣୀ ମୃତଦେହ ଆଠଗଡ଼ରୁ ଉଦ୍ଧାର ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like