କୋରାପୁଟ: ପାଇଖାନା ଗାତରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀ ପୋତି ଦେଇଥିଲା

କୋରାପୁଟ(କେନ୍ୟୁଜ୍): ପାଇଖାନା ଗାତରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । କୋରାପୁଟ ଜିଲ୍ଲା କାକିରିଗୁମାର ଗୌଡଗୁଡା ଅଞ୍ଚଳରେ ଅଭାବନୀୟ ଘଟଣା । ଦଶରଥ ସାହୁ ନିଜ ସ୍ତ୍ରୀ ଗୋରୀର ଶବକୁ ପାଇଖାନାରେ ପୋତି ନିଖୋଜ ଦର୍ଶାଇଥିଲା । ଗତ ପାଞ୍ଚ ମାସ ତଳେ ପତ୍ନୀ ନିଖୋଜ ଦର୍ଶାଇଥିଲା । ମାନସିକ ରୋଗୀ ଦର୍ଶାଇ ସ୍ତ୍ରୀଙ୍କୁ ଔଷଧ ଖାଇବାକୁ ଦେଇଥିଲା । ହେଲେ ଗୌରୀ ଔଷଧ ଖାଇ ନଥିଲା । ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାଗରେ ସ୍ୱାମୀ ସ୍ତ୍ରୀ ଗୌରୀକୁ ଠେଲି ଦେଇଥିଲା ।

ଫଳରେ ଗୌରୀ କାନ୍ଥରେ ପିଟି ହୋଇ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିଲା । ଶବକୁ ନେଇ ପାଇଖାନା ଗାତରେ ପୋତିଦେଇଥିଲା । ଝିଅ ନିଖୋଜ ସମ୍ପର୍କରେ ବାପଘର ପକ୍ଷରୁ ଅଗଷ୍ଟ ମାସରେ ଥାନାରେ ଏତଲା ଦେଇଥିଲେ । ଦଶରଥ ସାହୁକୁ ଥାନାକୁ ଆଣି ଜେରା ପରେ ହତ୍ୟା କରିଥିବା ସ୍ୱିକାର କରିଛି । ପୋଲିସ ପାଇଖାନା ଗାତରୁ ଶବକୁ ବାହାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.