ମହାନଦୀରୁ ନିଖୋଜ ଯୁବକ ଉଦ୍ଧାର, ଘରୋଇ କଳହ ଯୋଗୁ ଡେଇଁଥିବା ସୂଚନା

ସମ୍ବଲପୁର : ମହାନଦୀରୁ ନିଖୋଜ ଯୁବକ ଉଦ୍ଧାର। ଶୁକ୍ରବାର ରାତି ପ୍ରାୟ ୧୦ ସମୟରେ ଡେଇଁ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି । ତେବେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ବ୍ୟକ୍ତି ହେଲେ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି । ସମ୍ବଲପୁର ମହାନଦୀର ଦ୍ବିତୀୟ ସେତୁ ଉପରୁ ସେ ଡେଇଁ ପଡ଼ିଥିଲେ। ପରେ ଭାସି ଆସି ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ।

ସ୍ଥାନୀୟ ଲୋକେ ମନ୍ତୋଷଙ୍କ ପାଟି ଶୁଣି ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମଦ ପାଇଁ ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଉଦ୍ଧାର ପରେ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.