ସରକାରଙ୍କ ମିଶନ ଶକ୍ତି ବୃଦ୍ଧି : ଏଣିକି ମହିଳା ଏସ‌ଏଚ‌ଜିକୁ ବିନା ସୁଧରେ ମିଳିବ ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଣିକି ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଉପରେ କୌଣସି ସୁଧ ଦେବାକୁ ପଡିବ ନାହିଁ। ପୁରୀରେ ମିଶନ ଶକ୍ତି ସମାବେଶର ଯୋଗ ଦେଇ ସୁଧ ମୁକ୍ତ ଋଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପାଇଁ ସିଡ୍ ମନି ଓ ଡିଜିଟାଲ ସଶକ୍ତୀକରଣ ପାଇଁ ସାହାଯ୍ୟ ପ୍ରଦାନ କରାଯାଇଛି।

ହଜାର ହଜାର ସଂଖ୍ୟାରେ ମହିଳା ,ମିଶନ ଶକ୍ତି ସମାବେଶରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୬୦ ହଜାରରୁ ଅଧିକ ସଭାପତି ଓ ସଂପାଦକମାନେ ଯୋଗ ଦେଇଥିଲେ। ମିଶନ ଶକ୍ତିରେ ଏଠି ୪ଟି ପ୍ରମୁଖ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ବିନା ସୁଧରେ ମିଳିବ। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉପକୃତ ହେବେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା। ଏହାସହ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପାଇଁ ୧୫ ହଜାର ଟଙ୍କା ସିଡ୍ ମନି, ପ୍ରତି ବ୍ଲକ ସ୍ତରୀୟ ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ପାଣ୍ଠି, ଡିଜିଟାଲ ସଶକ୍ତୀକରଣରେ ମୋବାଇଲ ଫୋନ କିଣିବାକୁ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏ ସହାୟତା,

naveen 2

ଅଙ୍ଗନବାଡି କର୍ମୀମାନଙ୍କୁ ୫ଶହ ଓ ସହାୟିକାମାନଙ୍କୁ ୨ଶହ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଛି।
ରାଜ୍ୟ ଏକ ବଡ଼ ଶକ୍ତି ଭାବେ ଉଭା ହୋଇଛି ମିଶନ ଶକ୍ତି। ସମ୍ମାନର ସହ ବଞ୍ଚିବାର ଉଦ୍ଦେଶ୍ୟରେ ୨୦୦୧ରୁ ଆରମ୍ଭ ହୋଇଥିଲା ମିଶନ ଶକ୍ତି। ରାଜ୍ୟରେ ଏହା ଏବେ ମହିଳାସଶକ୍ତୀକରଣର ଏକ ବଡ ମୁଭମେଣ୍ଟରେ ପରିଣତ ହୋଇଛି। ଆଜିର ସଭାରେ ମଧ୍ୟ ମଂଚ ଉପରେ ନବୀନଙ୍କ ସହ ଥିଲେ କେବଳ ମହିଳା। ନଥିଲା ନେତା-ମନ୍ତ୍ରୀଙ୍କ ସ୍ପିଚ୍, ମହିଳା କହିଥିଲେ ନବୀନ ଶୁଣିଥିଲେ।
ଆଜିର କାର‌୍ୟ୍ୟକ୍ରମରେ ୧୪ ହଜାର ୬୪୮ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସିଡ୍ ମନି, ୧୭ ହଜାର ୬୨୬ ବ୍ଲକ ସ୍ତରୀୟ ମହାସଂଘକୁ ସହାୟତା ପ୍ରଦାନ କରାଯାଇଥିଲା।