ମନ୍ତ୍ରୀ ହେବା ପରେ ନିଜ ନିର୍ବଚନ ମଣ୍ଡଳୀ ଗସ୍ତ କଲେ କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଲୋକେ ଦେଲେ ଉଚ୍ଛୋଶିତ ସମ୍ବର୍ଦ୍ଧନା

କରଞ୍ଜିଆ(କେନ୍ୟୁଜ୍):କରଞ୍ଜିଆ ବିଧାୟିକା ଶ୍ରମତୀ ବାସନ୍ତୀ ହେମ୍ବ୍ରମ ପ୍ରଥମ ଥର ବିଜେଡିରୁ ଟିକଟ ପାଇ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଜୁନ ୫ ତାରିଖରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି  କରଞ୍ଜିଆ ଗସ୍ତ ସମୟରେ ମନ୍ତ୍ରୀଙ୍କ ପାଇଁ ତାଙ୍କ  ନିର୍ବାଚନ ମଣ୍ଡଳୀରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି।

mission shakti

ମହିଳା ଓ ଶିଶୁ କଲ୍ୟାଣ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ମୟୁରଭଞ୍ଜ ସୀମା ଠାକୁରମୁଣ୍ଡା ବ୍ଲକର ଗୋଡ଼ଭଙ୍ଗା ଠାରେ ଜନସାଧାରଣ ପାରମ୍ପରିକ ବାଦ୍ୟରେ ସମ୍ବର୍ଦ୍ଧନା କରିଥିଲେ l ପରେ ସାତକୋଶିଆ, ମହୁଲଡିହା ଏବଂ  ଠାକୁରମୁଣ୍ଡା, କରଞ୍ଜିଆରେ ସମ୍ବର୍ଦ୍ଧନା ଦିଆଯାଇଛି।  ଦୀର୍ଘ ୨୭ ବର୍ଷ ପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଥିବାରୁ ସ୍ଥାନୀୟ ବାସିନ୍ଦା ବେଶ ଖୁସି ଅଛନ୍ତି ।

 

Leave A Reply

Your email address will not be published.