ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନରେ ‘ମାର୍ଜିନ ମନି ଛାଡ଼ କର’, ବ୍ୟାଙ୍କକୁ ଅନୁରୋଧ କଲେ ମିଶନ ଶକ୍ତି ସଚିବ…   

SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ମିଶନ ଶକ୍ତି ସ୍କୁଟର ଯୋଜନାରେ SHG ସଦସ୍ୟାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର । SLBCର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି ।

ଏହାଦ୍ୱାରା ବହୁ SHG ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ତେଣୁ ଏହି ମାର୍ଜିନ ମନି ଛାଡ଼ କରିବାକୁ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ପଞ୍ଚାୟତ ସ୍ତରରେ ଥିବା SHG ଫେଡରେସନ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାସ ହ୍ୟାଣ୍ଡଲିଂ ଚାର୍ଜ ଛାଡ଼ ଲାଗି ମଧ୍ୟ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.