ମିଶନଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ, ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ସରକାର

ଭୁବନେଶ୍ୱର : ଲୋୟର ପିଏମଜିରେ କମ୍ୟୁନିଟି ଷ୍ଟାଫଙ୍କ ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ଠାରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଛି ସଂଘ । ଡିସେମ୍ବର ୩୦ ସୁଦ୍ଧା ବକେୟା ଦରମା ଓ ଦାବି ସମାଧାନ ନେଇ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ପାଇଁ ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନ ସ୍ଥଗିତ ନେଇ ସୁବାସ ସିଂ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ମାର୍ଚ୍ଚରୁ ଏମାନଙ୍କୁ ଦରମା ମିଳିନଥିଲା । ୬୨ ହଜାର ମହିଳାଙ୍କ ପ୍ରସଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ ବି ବିଧାନସଭାରେ କଥା କଟାକଟି ହେଲା । ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ କରାଯାଇଥିଲା । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ମହିଳା । ୬ଟି କମ୍ୟୁନିଟି ସର୍ପୋଟ ଷ୍ଟାଫଙ୍କର ୯ ମାସର ଦରମା ବନ୍ଦ ପ୍ରତିବାଦରେ ଲୋୟର ପିଏମଜିରେ ଗର୍ଜିଥିଲେ ମହିଳା ।