ମିଠିଙ୍କ ମିଠା କାମ : ଆତ୍ମସମର୍ପଣକାରୀ ମାଓବାଦୀଙ୍କ ପାଇଁ କରୁଛନ୍ତି ଦକ୍ଷତା ବିକାଶ ତାଲିମ ବ୍ୟବସ୍ଥା

କୋରାପୁଟ (କେନ୍ୟୁଜ୍) : ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ମିଳିବ ଦକ୍ଷତା ବିକାଶ ତାଲିମ ସୁଯୋଗ । ତା ସହିତ ମାସିକ ୬ହଜାର ଟଙ୍କା ଭତ୍ତା ମଧ୍ୟ ମିଳିବ । ଏବେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ସାମାଜିକ ସ୍ୱୀକୃତି ଦେବାକୁ ‘ଫ୍ରି ଆଇଟିଆଇ ଫାଉଣ୍ଡେସନ’ ପକ୍ଷରୁ ଉଦ୍ୟମ କରାଯାଉଛି । ଦାମନଯୋଡ଼ି ଡିପିଏସ ସ୍କୁଲର ପୂର୍ବତନ ଛାତ୍ରୀ ତଥା ଦିଲ୍ଲୀ ମଦର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ମିଠି ଜେଠଓ୍ଵା ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଜୀବନ ଜୀବିକାର ଉନ୍ନତି ଓ ଦକ୍ଷତା ବୃଦ୍ଧି କାଯ୍ୟର୍କ୍ରମରେ ଏମାନଙ୍କୁ କିଭଳି ସୁଯୋଗ ମିଳିବ ସେନେଇ କୋରାପୁଟ ଏସପିଙ୍କ ସହ ମିଠି ଆଲୋଚନା କରିଛନ୍ତି ।

MITHI-2

ମିଠି ଜେଠଓ୍ଵାଙ୍କ ଏଭଳି ପ୍ରୟାସକୁ କୋରାପୁଟ ଏସପି ପ୍ରଶଂସା କରିଛନ୍ତି । ମିଠି ଭୁବନେଶ୍ୱର ସରକାରୀ ଆଇଟିଆଇକୁ ଯାଇ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ତାଲିମ ସମ୍ପର୍କରେ ଆଲୋଚନା କରିଛନ୍ତି । ସେହିପରି ଛତିଶଗଡ ଓ ଝାଡଖଣ୍ଡ ଆଦି ମାଓ ପ୍ରଭାବିତ ରାଜ୍ୟକୁ ଯାଇ ସେଠାରେ ମଧ୍ୟ ଆତ୍ମସମର୍ପଣକାରୀ ମାଓବାଦୀଙ୍କ ଦକ୍ଷତା ବିକାଶ ନେଇ ଆଲୋଚନା କରିଛନ୍ତି । ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଦେଶର ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି ମିଠି । ସତରେ ପିଲାଟି ସିନା ଛୋଟ ହେଲେ ଉଦ୍ୟମ ବହୁତ ବଡ଼ । ଯାହା ଅନ୍ୟମାନଙ୍କ ପାଇଁ ଏକ ଭିନ୍ନ ଉଦାହରଣ ତିଆରି କରିଛି ।

 

 

You might also like