ବିଧାୟକ ପଦରୁ କୃଷ୍ଣ ଶଗରିଆଙ୍କ ଇସ୍ତଫା

କୋରାପୁଟ (କେନ୍ଯୁଜ୍) : ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଇସ୍ତଫା ଦେବା ପରେ କୃଷ୍ଣ ସଗରିଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆଗରୁ ଇସ୍ତଫା ଦେବା କଥା କହିଥିଲି। ଆଜି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛି। ବିଧାୟକ ପଦରୁ ଇସ୍ତଫା ଦେଇଛି ହେଲେ ଏବେବି କଂଗ୍ରେସରେ ଅଛି ବୋଲି କୃଷ୍ଣ ଚନ୍ଦ୍ର ଶଗରିଆ କହିଛନ୍ତି। କୁନ୍ଦୁଲି ପିଡୀତାଙ୍କୁ ନ୍ୟାୟ ନମିଳିବା ପ୍ରତିବାଦରେ ସେ ପଦ ଛାଡିଥିବା ପୂର୍ବରୁ ଏକ ପ୍ରେସସମିଟ୍ରେ କହିଥିଲେ।