କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ । ପିସିସି ସଭାପତିଙ୍କୁ ନିଜ ଜବାବ ପଠାଇଛନ୍ତି ମହମ୍ମଦ ମୋକିମ । ତେବେ ଜବାବରେ କ’ଣ ଲେଖିଛନ୍ତି ତାହା ଜଣାପଡ଼ିନାହିଁ । ଦଳ ପକ୍ଷରୁ ପରବର୍ତ୍ତୀ କୌଣସି ସୂଚନା ଆସିନାହିଁ।

ଖୁବଶୀଘ୍ର ତାଙ୍କ ଜବାବ ହାଇକମାଣ୍ଡଙ୍କ ପାଖକୁ ପଠାଇ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା କାରଣରୁ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିଲା ।

Leave A Reply

Your email address will not be published.