ଭୁବନେଶ୍ୱର : ଆରମ୍ଭ ହେଲା ନୂଆ ବିଧାୟକମାନଙ୍କ ପାଠଶାଳା । ବିଧାନସଭାରେ ବିଧାୟକଙ୍କ ଦୁଇ ପ୍ରିଶକ୍ଷଣ ଶିବିର ଆରମ୍ଭ ହୋଇଛି । ଉଦଘାଟନ କଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟ ଏବଂ ବିଜେପି ବିଧାୟକ ମାନେ ଉପସ୍ଥିତ ଅଛନ୍ତି ।
ଅନ୍ୟପଟେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି । ବିଜେଡି ଓ ବିଜେପିର କୌଣସି ବିଧାୟକ କାର୍ଯ୍ୟକ୍ରମକୁ ଆସି ନାହାନ୍ତି । ବିଧାନସଭା ଓ ମୁଖ୍ୟମନ୍ତ୍ରୀ ପଦର ଗରିମା ନଷ୍ଟ ଅଭିଯୋଗରେ ଯୋଗ ଦେଇ ନାହାନ୍ତି ବିଜେଡି। କଂଗ୍ରେସ କହିଛି ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ । ବିଜେପି କହିଛି,ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିଛନ୍ତି ବିରୋଧୀ ଦଳ।