ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ମିଳିଲା ଜାମିନ

high courtକଟକ: ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କୁ ଜାମିନ। ହାଇକୋର୍ଟରୁ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରାଯାଇଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଜାମିନ ମଞ୍ଜୁର କରାଯାଇଛି। ୫ଲକ୍ଷ ଟଙ୍କା ଲେଖାଏଁ ୨ଜଣ ଜାମିନଦାର ଲାଗି ସର୍ତ୍ତ ଥିଲା। ପୂର୍ବରୁ ୨ମାସ ଲାଗି ତାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରାଯାଇଥିଲା। ୨୦୧୭ ମସିହା ସେପ୍ଟେମ୍ବର ୧୯ରେ ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କରେ ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ ହୋଇଥିଲେ । ପ୍ରଭାତ ଏବେ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ମେରୁଦଣ୍ଡ ଜନିତ ସମସ୍ୟା ପାଇଁ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.