ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ
ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଥିଲେ ପ୍ରେମାନନ୍ଦ ।

ଭୁବନେଶ୍ୱର (କେନ୍ୟୁଜ) : ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଥିଲେ ପ୍ରେମାନନ୍ଦ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରେମାନନ୍ଦ ନାୟକ ଇସ୍ତଫା ଦେଇଛନ୍ତି । ଗତ ଅକ୍ଟୋବର ୧୨ ତାରିଖରେ ଏହି ଇସ୍ତଫାପତ୍ର ଲେଖିଥିଲେ ପ୍ରେମାନନ୍ଦ । ୨୦୦୯ ଓ ୨୦୧୯ରେ BJDରୁ ଲଢ଼ି ବିଧାୟକ ହୋଇଥିଲେ ପ୍ରେମାନନ୍ଦ ।
୨୦୧୯ କ୍ୟାବିନେଟରେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଥିଲେ। ୨୦୦୯ ମସିହାରେ ବିଜେଡିରୁ ଲଢି ୧୭ ହଜାରରୁ ଅଧିକ ଭୋଟରେ ଜିତିଥିଲେ । ତେବେ ୨୦୧୪ ମସିହାରେ ବିଜେଡି ତାଙ୍କୁ ଟିକେଟ ଦେଇନଥିଲା । ବିଜେଡିରୁ ଲଢି ୧୪ ହଜାର ଭୋଟରେ ବାଜି ମାରିଥିଲେ ବେଦବ୍ୟାସ ନାୟକ । ପୁଣି ୨୦୧୯ରେ ପ୍ରେମାନନ୍ଦ ବିଚେଜଡିରୁ ଲଢି ବାଜି ମାରିଥିଲେ । ଛଅ ହଜାର ଭୋଟିରେ ଜିତିଥିଲେ । ରାଜ୍ୟ ସରକାରରେ ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ । ଜୁନ ୨୦୨୨ ମସିହାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରେମାନନ୍ଦ। ..