ମାଲକାନଗିରି : ବନ୍ୟାରେ ଧୋଇ ଯାଇଥିବା ପୋଲ ତିଆରି କରି ଉଦାହରଣ ସୃଷ୍ଟି କଲେ ବିଧାୟକ

ମାଲକାନଗିରି (କେନ୍ୟୁଜ୍) : ଉଦାହରଣ ସୃଷ୍ଟି କଲେ ବିଧାୟକ । ବନ୍ୟାରେ ଧୋଇ ଯାଇଥିବା ମାଲକାନଗିରିର ପୋଲ ତିଆରି କଲେ ଚିତ୍ରକୋଣ୍ଡା ଏମଏଲଏ ଡମ୍ବରୁ ସୀସା । ଲଗାଣ ବର୍ଷା ଯୋଗୁ ପୋଲ ଧୋଇଯାଇଥିଲା । ଗାଁଲୋକଙ୍କ ସହ ମିଶି ମାଲକାନାଗିରି ଖଇରପୁଟ ବ୍ଲକର ମଝିଗୁଡା ଗାଁ ନିକଟରେ ପୋଲ ତିଆରି କରିଛନ୍ତି ବିଧାୟକ । ହାତରେ ମାଟି ହାଣିବା ସହ ପଥର ଖଣ୍ଡ ପକାଇ ରାସ୍ତା କାମ କରିଥିଲେ । ଗତ ୨ଦିନ ତଳେ ଲଗାଣ ବର୍ଷା ଯୋଗୁଁ ଅମକୁଣ୍ଡ ନିକଟରେ ଏକ ପୋଲ ଧୋଇଯାଇଥିଲା । ଫଳରେ ତିନିଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା । ସରକାରୀ ସହାୟତାକୁ ଅପେକ୍ଷା ନକରି ବିଧାୟକ ଡମ୍ବରୁ ସୀସା ଗ୍ରାମବାସୀଙ୍କ ସହ ମିଶି ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି । ବିଧାୟକଙ୍କ ଏହି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।