କାହିଁକି ବିଧାୟକ କହିଲେ “ନିର୍ବାଚନରେ ମାଫିଆଙ୍କୁ କାମରେ ଲଗେଇବି, ଗ୍ୟାଙ୍ଗଷ୍ଟାରଙ୍କୁ ଟେଣ୍ଡର ଦେବି”

ଆଳି (କେନ୍ୟୁଜ୍) : ୨୦୧୯ ନିର୍ବାଚନରେ ମାଫିଆଙ୍କୁ ବ୍ୟବହାର କରିବେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଛନ୍ତି ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେବେ। କଂଗ୍ରେସର ଏକ କର୍ମୀ ସମ୍ମିଳନୀରେ ଏପରି କହିଛନ୍ତି ନିଜେ ବିଧାୟକ ଦେବେନ୍ଦ୍ର ଶର୍ମା । ଏହା ସହ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, “ବିଜେଡି କର୍ମୀଙ୍କୁ ଘରୁ ବାହାର କରିଦେବେ “। ବିଧାୟକ ଏଭଳି କିଛି କହୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଛନ୍ତି, ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭିଡିଓକୁ ଭାଇରାଲ କରାଯାଇଛି । କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ଏପରି କଥା ପାଟିରୁ ଖସି ଯାଇଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି କହିଛନ୍ତି, ପୂର୍ବରୁ ମଧ୍ୟ ଦେବେନ୍ଦ୍ର ଶର୍ମା ଗ୍ୟାଙ୍ଗଷ୍ଟରଙ୍କୁ ବ୍ୟବହାର କରି ବୁଥ୍ କ୍ୟାପ୍ଚର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.