ବିଧାନସଭାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ

ବିଧାନସଭାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ । ଆଜି ପ୍ରଶ୍ନୋତ୍ତର କାଳରେ ବିଧାୟକ ସୁର ରାଉତରାୟ କହିଥିଲେ, ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ କିଟ୍‌ ଯଥେଷ୍ଟ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ କିଟ୍‌ର ପ୍ରତ୍ୟେକ୍ଷ ଓ ପରୋକ୍ଷ ଭୂମିକା ରହିଆସିଛି।

ଭୁବନେଶ୍ୱର (କେନ୍ୟୁଜ): ବିଧାନସଭାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଧାୟକ ସୁରେଶ ରାଉତରାୟ । ଆଜି ପ୍ରଶ୍ନୋତ୍ତର କାଳରେ ବିଧାୟକ ସୁର ରାଉତରାୟ କହିଥିଲେ, ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ କିଟ୍‌ ଯଥେଷ୍ଟ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜନହିତକର କାର୍ଯ୍ୟରେ କିଟ୍‌ର ପ୍ରତ୍ୟେକ୍ଷ ଓ ପରୋକ୍ଷ ଭୂମିକା ରହିଆସିଛି।

ଏହା ବ୍ୟତୀତ ନିକଟରେ ଡକ୍ଟର ସାମନ୍ତ ପଟିଆ ଗାଁର ୨ଶହ ପିଲାଙ୍କୁ କିଟ୍‌ରେ ନିଯୁକ୍ତି ଦେଇଛନ୍ତି । ପୂର୍ବରୁ ମଧ୍ୟ ପଟିଆର ୨ଶହ ପିଲାଙ୍କୁ କିଟ୍‌ରେ ନିଯୁକ୍ତି ଦେଇଥିଲେ ଡକ୍ଟର ସାମନ୍ତ । ଏବେ ଅନ୍ୟ ଅନୁଷ୍ଠାନ ସବୁ ସରକାରୀ ଜାଗାରେ ଖୋଲିଥିଲେ ମଧ୍ୟ ସେମାନେ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ବିଶେଷ ଧ୍ୟାନ ଦେଉନଥିବା ସେ ପ୍ରକାଶ କରିଥିଲେ ।

ଅନ୍ୟ ସଂସ୍ଥାଗୁଡ଼ିକ ବିଭିନ୍ନ ସରକାରୀ ସୁବିଧା ପାଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର କିଛି ଉନ୍ନତି କରୁନାହାନ୍ତି ବୋଲି ସେ କହିଥିଲେ । ଡକ୍ଟର ଅଚ୍ୟୁତ ସାମନ୍ତ ପଟିଆ ଅଞ୍ଚଳକୁ ବିଶ୍ୱସ୍ତରୀୟ କରିପାରିଛନ୍ତି ବୋଲି ବିଧାୟକ ସୁରେଶ ରାଉତରାୟ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.