ପଶ୍ଚିମ ଓଡ଼ିଶାର ସେନାପତି ସାଜିବେ ବିଧାୟକ ସୁଶାନ୍ତ ସିଂ, ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେଡି

ପଶ୍ଚିମ ଓଡ଼ିଶାର ୯ଟି ଜଲ୍ଲାରେ ବିଜେଡିର ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସୁଶାନ୍ତ। କେବଳ ସୁନ୍ଦରଗଡକୁ ବାଦ୍‌ ଦେଲେ ବାକି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବୁଝିବେ ସୁଶାନ୍ତ ସିଂ। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ବିଧାନସଭା ଆସନ ସଂଖ୍ୟା ରହିଛି ୩୫ ଏବଂ ଲୋକସଭା ଆସନ ରହିଛି ୫।

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ୨୦୨୪ ନିର୍ବାଚନ ପାଇଁ ବିଜେଡିର ସେନାପତି ସାଜିବେ ବିଧାୟକ ସୁଶାନ୍ତ ସିଂ। ନବୀନ ନିବାସରେ ହେଉ କି ଶଙ୍ଖ ଭବନରେ, ପଶ୍ଚିମଓଡ଼ିଶାରେ ୨୦୨୪ ପାଇଁ ବ୍ଲ୍‌ୁପ୍ରିଣ୍ଟ ପ୍ରସ୍ତୁତ କରିବ ବିଜେଡି। କିନ୍ତୁ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବେ ଭେଟେରାନ୍‌ ସୁଶାନ୍ତ ସିଂ। ଗତକାଲି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟଘାଟ। ଆଉ ଆଜି ଶଙ୍ଖ ଭବନରେ ସଙ୍ଗଠନ ସମ୍ପାଦକଙ୍କ ସହ ବିସ୍ତୃତ ଆଲୋଚନାରୁ ସ୍ପଷ୍ଟ ଆଭାସ ମିଳିଛି।

ପଶ୍ଚିମ ଓଡ଼ିଶାର ୯ଟି ଜଲ୍ଲାରେ ବିଜେଡିର ସାଙ୍ଗଠନିକ ଦାୟିତ୍ୱ ବୁଝିବେ ସୁଶାନ୍ତ। କେବଳ ସୁନ୍ଦରଗଡକୁ ବାଦ୍‌ ଦେଲେ ବାକି ଜିଲ୍ଲାର ସାଙ୍ଗଠନିକ ସ୍ଥିତି ବୁଝିବେ ସୁଶାନ୍ତ ସିଂ। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ବିଧାନସଭା ଆସନ ସଂଖ୍ୟା ରହିଛି ୩୫ ଏବଂ ଲୋକସଭା ଆସନ ରହିଛି ୫। ଗତ ୨୦୧୯ ସାଧାରଣ ନିର୍ବାଚନରେ ୩୫ ବିଧାନସଭା ଆସନରୁ ୨୨ଟି ହାତେଇଥିଲା ବିଜେଡି। କିନ୍ତୁ ଲୋକସଭା ଆସନ ୫ରୁ ୫ ହରେଇବାକୁ ପଡ଼ିଥିଲା। କିନ୍ତୁ ଏଥର ସୁଶାନ୍ତ ସିଂ ଦମ୍ଭୋକ୍ତି ବାଢିଛନ୍ତି, ୨୦୨୪ରେ ୩୫ରୁ ୩୧ ବିଧାନସଭା ଏବଂ ୫ ରୁ ୫ ଲୋକସଭା ଆସନ ବିଜେଡି ହାତେଇବ।

ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ତିନି ଜଣ ନୂଆ ମନ୍ତ୍ରୀ ସାମିଲ ହେଲେ। କିନ୍ତୁ ବିଧାୟକ ସୁଶାନ୍ତ ସିଂଙ୍କୁ କାହିଁକି ସାମିଲ କରାଗଲା ନାହିଁ ସେ ନେଇ ସୁଶାନ୍ତଙ୍କ ସମର୍ଥକ ଅସନ୍ତୋଷ ଜାହିର କରିବା ନେଇ ଚର୍ଚ୍ଚା ହୋଇଥିଲା। କିନ୍ତୁ ସୁଶାନ୍ତ କହିଛନ୍ତି, ମନ୍ତ୍ରୀ ହେବା ପାଇଁ ଆଶା ନଥିଲା।  ସମର୍ଥକମାନେ ଭାବବିହ୍ଵଳ ହୋଇ ଅସନ୍ତୋଷ ଜାହିର କରିଥିଲେ। ସେମାନଙ୍କୁ ବୁଝାଇବା ସହ ସଙ୍ଗଠନକୁ ପଶ୍ଚିମ ଓଡ଼ିଶାରେ ମଜଭୁତ କରିବେ ବୋଲି ସେ କହିଛନ୍ତି।

ନବୀନଙ୍କ ମିଶନ ୩୩ ପରେ ଏବେ ଫୋକସରେ ୩୫। ରାଜ୍ୟରେ ୩୩ଟି ବିଧାନସଭା ଆସନ ଜନଜାତିଙ୍କ ପାଇଁ ସଂରକ୍ଷଣ ରହିଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ସମୟରେ ସୁନ୍ଦରଗଡ ଏବଂ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ଏବେ ବିଜେଡି ଫୋକସରେ ରହିଛି ପଶ୍ଚିମ ଓଡ଼ିଶାର ୩୫ ବିଧାନସଭା ଓ ୫ ଲୋକସଭା ଆସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.