ସଚେତନ ହେବେ ଭୋଟର, ଉନ୍ମୋଚିତ ହେଲା ‘ମୋ ବୁଥ୍ ଆପ୍’
ଭୋଟରଙ୍କୁ ସଚେତନତା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ । ଏହି ଆପ୍ ମାଧ୍ୟମରେ ମତଦାତାମାନେ ବୁଥ୍ ର ନାଁ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ଭୋଟ ପାଇଁ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ ।

ଭୁବନେଶ୍ୱର(କେନ୍ୟୁଜ୍): ଭୋଟରଙ୍କୁ ସଚେତନତା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ । ଏହି ଆପ୍ ମାଧ୍ୟମରେ ମତଦାତାମାନେ ବୁଥ୍ ର ନାଁ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ଭୋଟ ପାଇଁ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ । ବୁଥ୍ ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ, ଯାହା ଉଭୟ ଭୋଟର ଓ ଅଧିକାରୀଙ୍କ ପାଇଁ ଉପଲବ୍ଧ ରହିବ ।
ସେହିପରି ସେକ୍ଟର ଅଧିକାରୀମାନେ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବା, ମକ୍ ପୋଲ୍ ଏବଂ ମତଦାନର ସଦ୍ୟତମ ସ୍ଥିତି ଓ ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍ ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ସଂପର୍କରେ ସୂଚନା ଉପଲବ୍ଧ କରାଇବେ । ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍ ଡ୍ୟାସ୍ ବୋର୍ଡ ଉପଲବ୍ଧ ରହିବ, ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ ।