ଝିଅ ପରେ ଆଖିବୁଜିଲେ ମାଆ, ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ଝିଅ ପରେ ଆଖିବୁଜିଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।  ରାଜଧାନୀରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ମହିଳାଙ୍କ ମୃତ୍ୟୁ ହୋଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଗତ ୧୪ ତାରିଖରେ ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ବସଟି ଦୁର୍ଘଟଣା ଘଟାଇଥିଲା ।

ମାଆ ଓ ଝିଅ ସ୍କୁଟିରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇ ଶହେ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ଝଅର ମୃତ୍ୟୁ ହୋଇଥିଲା।  ମାଆଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। କଳିଙ୍ଗ ନଗର ଡିପୋକୁ ବସ୍ ଟି ଯିବାବେଳେ ଦୁର୍ଘଟଣା ଘଟିଥିଲା ।

Also read: ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ, ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ