ମୋ ବସ୍ ଡ୍ରାଇଭରଙ୍କୁ ନିର୍ଦ୍ଧୁମ ମାଡ଼, ଭାଇରାଲ୍ ହେଉଛି ଭିଡିଓ

ବ୍ରହ୍ମପୁର: ବିଚ୍‌ ରାସ୍ତାରେ ଜନ ଗହଳି ଭିତରେ ଯୁବକମାନଙ୍କ ଦାଦାଗିରି । ଜଣେ ବସ୍ ଡ୍ରାଇଭରଙ୍କ ସହ ପ୍ରଥମେ ଗଣ୍ଡଗୋଳ କଲେ ଏହି ଯୁବକମାନେ । ତାପରେ ରାସ୍ତା ଉପରେ ବସ୍ ଅଟକାଇ  ଭିତରୁ ଡ୍ରାଇଭର ଜଣଙ୍କୁ ବାଡେଇ ବାଡେଇ ତଳକୁ ଘୋଷାଡି ଆଣିଲେ ଆଉ ନିର୍ଦ୍ଧୁମ ଛେଚି ଚାଲିଲେ । ଧମକ ଦବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ ମଧ୍ୟ କଲେ ।  ଏହି ଉତ୍ୟକ୍ତ ଯୁବକର ଏତେ ରାଗ ଯେ ଅତି ଅମାବୀୟ ଭାବେ ଡ୍ରାଇଭର ଜଣଙ୍କୁ ବାଡେଇ ଲହୁଲୁହାଣ କରିପକାଇଲେ । ଯାହାର ସବୁ ଦୃଶ୍ୟ କଏଦ ହୋଇଛି ମୋବାଇଲରେ ।

କହିରଖିବାକୁ ଚାହିଁବୁ ଯେ ଏ ଦୃଶ୍ୟ ହେଉଛି ବ୍ରହ୍ମପୁର ଅଞ୍ଚଳର । ଆଉ ମୋ ବସ୍ ର ଏକ ଡ୍ରାଇଭରଙ୍କୁ ହୋଇଛି ଏହି ଆକ୍ରମଣ । ମୋ ବସର ଏର୍ମଜେନ୍ସି ସୁଇଚ ଟିପିବା ପରେ ଗାଡ଼ି ଭିତରେ ପଶି ଡ୍ରାଇଭରଙ୍କୁ ଅତର୍କୀତ ଆକ୍ରମଣ କରିଥିଲେ ଏହି ଦୁର୍ବୁତ୍ତ ମାନେ । ତେବେ ଆକ୍ରମଣରେ ଆହତ ହୋଇଛନ୍ତି ବସ୍ ଡ୍ରାଇଭର ମନୋଜ କୁମାର ସାହୁ । ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

ଯାହା ସୂଚନା ମିଳିଛି କି, ବସ୍ ଟି ରେଳ ଷ୍ଟେସନ୍ ରୁ ଯାତ୍ରୀନେଇ ଯାଉଥିବାବେଳେ ସେଠାରେ ଉପସ୍ଥିତ କିଛି ଯୁବକ, ବସ୍ ଟିର ଏର୍ମଜେନ୍ସି ସୁଇଚ ଚିପିଥିଲେ, ଯାହାଫଳରେ ବସ୍ ଟି ଅଟକି ଯାଇଥିଲା । ଯାହାକୁ ନେଇ ଡ୍ରାଇଭର ଜଣକ ଉକ୍ତ ଯୁବକଙ୍କୁ ପ୍ରଶ୍ନ କରିଥିଲେ କାହିଁକି ଏର୍ମଜେନ୍ସି ସୁଇଚ ଚିପିଲ? ବାସ୍ ଏତିକି କଥାରେ, ଯୁବକମାନଙ୍କର ମୁଣ୍ଡ ଗରମ ହୋଇଗଲା । କିଛି ଆଗପଛ ନ ଭାବି ପାଖାପାଖି ୬ରୁ୭ ଯୁବକ ଡ୍ରାଇଭର ଜଣକୁ ପିଟି ଚାଲିଲେ ।

ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକମାନେ, ଏବଂ ବସରେ ଥିବା ଯାତ୍ରୀ ମାନେ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ତଥାପି ବି ସେମାନେ ମାନିନଥିଲେ । ଅଶ୍ଳୀଳ ଭାଷା ସହିତ ମାଡ ମାରିଚାଲିଥିଲେ । ତେବେ କିଛି ସମୟ ପରେ ସ୍ଥାନୀୟ ବାସିନ୍ଦା ଓ ବସରେ ଥିବା ଯାତ୍ରୀ ମାନେ ଯୋରରେ ପାଟିତୁଣ୍ଡ କରି ପ୍ରତିବାଦ କରିବା ପରେ ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏପଟେ ଡ୍ରାଇଭରଙ୍କୁ ଆକ୍ରମଣ କରିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ୍ ହେବାରେ ଲାଗିଛି । ଆକ୍ରମଣକୁ ନେଇ ଜିଆରପି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମୋ ବସ୍ ଡ୍ରାଇଭର । ଦୋଷୀଙ୍କୁ ଧରିବା ସହ ତାଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ୍ ପ୍ରଶାସନକୁ ନିବେଦନ କରିଛନ୍ତି ।

 

You might also like