ଭୁବନେଶ୍ୱର : ଏଣିକି ମୋ ବସ୍ ସ୍ପିଡ୍ରେ ଲାଗିବ ଲଗାମ । ମୋ ବସରେ ଲାଗୁ ହେବ ସ୍ପିଡ଼ ଲିମିଟ ସହର ଭିତରେ ଘଣ୍ଟା ପ୍ରତି ବେଗ ରହିବ ୪୦କିମି ଆଉ ଦ୍ରୁତ ଗତିରେ ବେପରୁଆ ଭାବେ ଚଲାଇ ପାରିବେନି ଗାଡ଼ି । ନିୟମ ନମାନିଲେ ବେପରୁଆ ଗାଡ଼ି ଚଲାଉଥିବା ମୋ ବସ୍ ଡ୍ରାଇଭରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ ଗାଡି ଚାଳନା ଅନୁମତି ।
ବେପରୁଆ ଗାଡ଼ି ଚାଲାଇଲେ ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଦୁର୍ଘଟଣା ରୋକିବାକୁ ଏଥର ଗାଡ଼ିରେ ଲାଗିବ ସ୍ପିଡ୍ ଗଭର୍ଣ୍ଣାନ୍ସ । ସହର ଭିତରେ ଗାଡ଼ିର ବେଗ ରହିବ ୪୦ କିଲୋମିଟର । ଗାଡ଼ିରେ ଚଢ଼ିବା ପୂର୍ବରୁ ଡ୍ରାଇଭର ମାଦକ ଦ୍ରବ୍ୟ ସେବନ କରିଛନ୍ତି ନା ନାହିଁ, ତାହା ଯାଞ୍ଚ କରାଯିବା ।