ରାଉରକେଲାରେ ମୋ ବସ୍ ବନ୍ଦ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ପାଇଁ ଧମକ ଦେଲେ କର୍ମଚାରୀ

ରାଉରକେଲା : ମୋ ବସ୍ କର୍ମଚାରୀଙ୍କ ମାସିକ ବେତନ ଠିକ୍ ଭାବେ ଦିଆଯାଉନଥିବା ବେଳେ ରାଉରକେଲାରେ ଆଜି ମୋ ବସ୍ ବନ୍ଦ । ଇଏସ ଆଇ ଓ ପିଏଫ ମଧ୍ୟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ମାନେ ।  ଦୈନିକ ୪୪୨ ଟଙ୍କା ଦରମାରେ ମୋ ବସ୍ ରେ ଚାକିରି କରୁଥିବା କର୍ମଚାରୀମାନଙ୍କ ଦରମାରୁ ଇଏସ ଆଇ ଓ ପିଏଫ ବାବଦରେ ୧୮୦୦ ଟଙ୍କା କାଟି ଦିଆଯାଉଥିବା ବେଳେ ଏହା ଜମା ହେଉନଥିବା ଅଭିଯୋଗ ହୋଇଛି ।  ହାନସା ଓ ଏଲ ଆଣ୍ଡ କେ ସର୍ଭିସେସ ନାମରେ ଦୁଇଟି ସଂସ୍ଥା ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ନେଇ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ( କ୍ରୁଟ ) ନାମକ ସଂସ୍ଥା ୨୩ ଟି ଭିନ୍ନ ଭିନ୍ନ ରୁଟରେ ଏହି ଗାଡ଼ି ଚଳାଚଳ ଦାୟିତ୍ୱ ନେଇଛି ।

ବର୍ତମାନ ରାଉରକେଲା କଲୁଙ୍ଗା  ମିଲଠାରେ ଥିବା ମୋ ବସ୍ ଡିପୋରେ ପ୍ରାୟ ୧୦୦ଟି ଏସି ଓ ନନ୍ ଏସି ବସ୍ ରହିଥିବା ବେଳେ ସେଥିରୁ ୯୫ ଟି ବସ୍ ରାଉରକେଲାରୁ ବଣେଇ, ରାଉରକେଲାରୁ ରାଜଗାଙ୍ଗପୁର ଦେଇ ବଡ଼ଗାଁ, ବୀରମିତ୍ରପୁର, ବିଶ୍ରା ଓ ସୀମାନ୍ତରେ ଥିବା ଜରେଇକେଲା ପର୍ଯ୍ୟନ୍ତ ଯାତାୟତ କରୁଛି । ସୁଲଭ ମୂଲ୍ୟରେ ଗାଁ ରୁ ସହରକୁ, ପଞ୍ଚାୟତରୁ ଜିଲ୍ଲା କାର୍ଯ୍ୟାଳୟକୁ ଗରିବ ଗୁରୁବା ଓ ମହିଳାମାନେ ସୁବିଧା ରେ ଯାତାୟତ କରିବା ନେଇ ଆରମ୍ଭ ହୋଇଥିଲା ଏହି ମୋ ବସ୍ ସେବା ।

ଜିଲ୍ଲା ପ୍ରଶାସନର ତତ୍ବାବଧାନରେ ରହୁଥିବା ମୋ ବସ୍ ପରିଚାଳନା କରୁଥିବା ସଂସ୍ଥା ଗୁଡ଼ିକ କର୍ମଚାରୀଙ୍କ ମାସିକ ଦରମା ଦେବା ପାଇଁ ଅବହେଳା ଏବଂ ବିନା ଇଏସ ଆଇ ଓ ପିଏଫ ଜମା ନକରି କିଭଳି କର୍ମଚାରୀ ଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କର୍ମଚାରୀ ମାନେ । ହଜାର ହଜାର ଲୋକମାନଙ୍କ ଯାତାୟତର ଭରସା ସାଜିଥିବା ମୋ ବସ୍ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ବନ୍ଦ୍ ହେବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟ ପକ୍ଷରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ପାଇଁ ଧମକ ଦେଇଛନ୍ତି କର୍ମଚାରୀ ମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like